ମୁମ୍ବାଇ: ଟେଲି ତଥା ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ମା’ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି। ସେ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରିଛନ୍ତି। ତେବେ ଅଭିନେତ୍ରୀଙ୍କ ମା’ ଜୟା ଭେଡା ଟାଟା ମେମୋରିଆଲ କର୍କଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ରାଖୀ ସାୱନ୍ତ ଶେୟାର କରିଛନ୍ତି। ତେବେ ରାଖୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମା’ଙ୍କର ଏଭଳି ଅବସ୍ଥା ଦେଖି ରାଖୀ ସାୱନ୍ତ କାନ୍ଦୁଥିବା ସହ ତାଙ୍କ ମା’ଙ୍କ ଦୀର୍ଘକାମନା ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ଏଥିସହିତ ମା’ଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇ ସେ କହିଛନ୍ତି, ମା’ଙ୍କ ପାଇଁ ମୋର ସମସ୍ତଙ୍କ ଆଶୀର୍ବାଦ ଦରକାର। ମା’ ଭଲ ଅନୁଭବ କରୁନାହାଁନ୍ତି। ସେ ହସ୍ପିଟାଲରେ ଅଛନ୍ତି। ଆପଣ ସମସ୍ତେ ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ବିଗବସ୍ ମରାଠୀରେ ଥିବା ବେଳେ ମୋତେ କେହି ଜଣାଇନାହାନ୍ତି କି ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ବ୍ରେନ୍ ଟ୍ୟୁମର ହୋଇଛି ବୋଲି ରାଖୀ କହିଛନ୍ତି।
ଅଭିନେତ୍ରୀଙ୍କ ଏହି ଭିଡିଓରେ ଫିଲ୍ମ ତାରକାମାନେ ମଧ୍ୟ ଦୁଃଖ ପ୍ରକାଶ କରୁଥିବା ନଜର ଆସିଛନ୍ତି। ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ, ସୋଫିଆ ହାୟାତ୍ ଆଫସାନା ଖାନ, , ପବିିତ୍ରା ପୁନିଆଙ୍କ ସମେତ ଅନେକ ତାରକା ରାଖୀଙ୍କୁ ସାହସ ଦେଇଛନ୍ତି ଏବଂ ତାଙ୍କ ମା’ଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।