ପାକିସ୍ତାନର ବୋହୂ ହେବେ ରାଖୀ ସାଓ୍ବନ୍ତ, PAKର ଏହି ବ୍ୟକ୍ତିଙ୍କୁ କରିବେ ତୃତୀୟ ବିବାହ..ଜାଣନ୍ତୁ

ମୁମ୍ବାଇ: ବି-ଟାଉନ୍‌ର ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ଏଥିଲାଗି ସେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି ଖାନ୍‌, ଯିଏକି ଜଣେ ପାକିସ୍ତାନୀ ଅଭିନେତା।

ନିକଟରେ ଏକ କାର୍ଯ୍ୟକ୍ରମ ଲାଗି ରାକ୍ଷୀ ପାକିସ୍ତାନ ଯାଇଥିଲେ। ସେଠାରୁ ଫେରି ସେ ଗଣମାଧ୍ୟମ ଆଗରେ ବଡ଼ ବୟାନ ଦେଇଛନ୍ତି। ତାଙ୍କର ତୃତୀୟ ବିବାହଠାରୁ ଆରମ୍ଭ କରି ହନିମୁନ୍‌ ଯାଏର ଯୋଜନା ବିଷୟରେ ସେ ଜଣାଇଛନ୍ତି।

ଇଟାଇମ୍ସ ସହ ସାକ୍ଷାତକାରରେ ରାକ୍ଷୀ କହିଛନ୍ତି, ମୋତେ ବିବାହ ଲାଗି ବହୁତ ପ୍ରସ୍ତାବ ଆସୁଛି। ମୋତେ ପାକିସ୍ତାନର ଲୋକ ବହୁତ ପସନ୍ଦ। ସେଠାରେ ମୋର ବହୁତ ପ୍ରଶଂସକ ଅଛନ୍ତି। ମୋର ବିବାହ ଇସଲାମ ରୀତିନୀତିରେ ପାକିସ୍ତାନରେ ହେବ। ବିବାହ ଭୋଜି ଭାରତରେ ଦିଆଯିବ। ଆମେ ହନିମୁନ୍‌ ଲାଗି ସ୍ବିଜରଲ୍ୟାଣ୍ଡ ନଚେତ ନେଦରଲ୍ୟାଣ୍ଡ ଯିବୁ। ଏପରିକି ବିବାହ ପରେ ସେ ଏବଂ ଡୋଡି ଦୁବାଇରେ ରହିବେ ବୋଲି ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି।

ରାକ୍ଷୀଙ୍କୁ ପାକିସ୍ତାନର ଅଭିନେତା ଡୋଡି ପ୍ରପୋଜ କରିଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦେଖିଲେ ସେ ପେସାରେ ଜଣେ ଅଭିନେତା ସହ ପ୍ରଯୋଜକ ବୋଲି ଜଣାପଡ଼ିଛି। ତାଙ୍କୁ ୨୨ ହଜାର ଲୋକେ ଫଲୋ କରନ୍ତି। ଅପରପକ୍ଷେ ଡୋଡିଙ୍କ ପୂର୍ବରୁ ରାକ୍ଷୀ ଦୁଇ ଥର ବିବାହ କରିଥିଲେ। ପ୍ରଥମ ବିବାହ ରିତେଶ ଏବଂ ଦ୍ୱିତୀୟ ବିବାହ ଆଦିଲ ଖାନ୍‌ଙ୍କୁ କରିଥିଲେ। ସେ ଆଦିଲଙ୍କୁ ବିବାହ ସମୟରେ ଇସଲାମ ଧର୍ମ ଆପଣାଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ କୋର୍ଟ ଗଲେ ଝିଅ ଆରାଧ୍ୟା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ଚାଲିଛି। କିନ୍ତୁ ଉଭୟ ଏନେଇ ଚୁପ୍‌ ଅଛନ୍ତି। ଏସବୁ ଭିତରେ ଝିଅ ଆରାଧ୍ୟା କୋର୍ଟର ଦ୍ୱାରସ୍ଥ...

ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଲେ ଓଡ଼ିଆ ଝିଅ କରିଶ୍ମା: ଲଞ୍ଚ୍‌ ପାଇଁ ଡାକିଲେ ବିଗ୍‌ ବି’

ନୂଆଦିଲ୍ଲୀ,୩।୨: ଓଡ଼ିଶାର ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା କୌନ ବନେଗା କରୋଡ଼ପତି ୧୬ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଛନ୍ତି। ଚ୍ୟାଲେଞ୍ଜିଂ...

ଭାରତୀୟ-ଆମେରିକୀୟ ସଙ୍ଗିତକାର ଚନ୍ଦ୍ରିକା ଟଣ୍ଡନଙ୍କୁ ଗ୍ରାମୀ ପୁରସ୍କାର

ଓ୍ବାଶିଂଟନ,୩।୨: ଭାରତୀୟ-ଆମେରିକୀୟ ଗାୟିକା ଏବଂ ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତ୍ରିବେଣୀ ଆଲବମ ପାଇଁ ବେଷ୍ଟ ନ୍ୟୁ ଏଜ, ଆମ୍ବିଏଣ୍ଟ ବା ଚାଣ୍ଟ ଆଲବମ ବର୍ଗରେ ଗ୍ରାମୀ...

ରୋମାଣ୍ଟିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଜୟଦୀପ

ମୁମ୍ବାଇ: ଅଭିନେତା ଜୟଦୀପ ଅହଲାୱତ୍‌ଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ସେ କୌଣସି ରୋମାଣ୍ଟିକ ଫିଲ୍ମ କିମ୍ବା ରୋମାଣ୍ଟିକ ଚରିତ୍ରରେ କାର୍ଯ୍ୟ କରିନାହାନ୍ତି।...

ଏହି ହ୍ୟାଣ୍ଡସମ୍‌ଙ୍କୁ ଡେଟ୍‌ କରୁଛନ୍ତି ସାମନ୍ଥା? ଫଟୋ ଶେୟାର କରି କଲେ ବଡ଼ ଖୁଲାସା

ହାଇଦ୍ରାବାଦ: ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ଆଜିକାଲି ନିଜର ଆଗାମୀ ସିରିଜ ‘ରକ୍ତ ବ୍ରହ୍ମାଣ୍ଡ’କୁ ନେଇ ଚର୍ଚ୍ଚାରେ...

Kiss Controversy: ଉଦିତଙ୍କ ପୂର୍ବରୁ ଲିପ୍‌କିସ୍‌କୁ ନେଇ ବିବାଦକୁ ଆସିଥିଲେ ଏସବୁ କଳାକାର, ଜଣଙ୍କୁ ଯିବାକୁ ପଡ଼ିଥିଲା କୋର୍ଟ… 

ମୁମ୍ବାଇ: ଗ୍ଲାମର୍‌ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି...

ସୀମା ଟପିଗଲେ ଉଦିତ ନାରାୟଣ, ମହିଳା ପ୍ରଶଂସକଙ୍କ ଗାଲ-ଓଠକୁ ଚୁମ୍ବନ ଦେଇ ବିବାଦରେ…

ମୁମ୍ବାଇ: ବିବାଦରେ ଫସିଛନ୍ତି ଖ୍ୟାତନାମା ଗାୟକ ଉଦିତ ନାରାୟଣ। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ମହିଳା ପ୍ରଶଂସକଙ୍କୁ ସେ ଚୁମ୍ବନ ଦେଇଥିଲେ। ଏହାର ଏକାଧିକ ଭିଡିଓ...

ସମ୍ବିତଙ୍କୁ ଏମିତି କ’ଣ ମିଳିଲା ଜନ୍ମଦିନ ଉପହାର, କାହିଁ ସେ ଖୁସି

  ଏବେ ସମ୍ବିତଙ୍କ ଖୁସିି କହିଲେ ନ ସରେ। ସେ ବା କେମିତି ଖୁସି ନ ହେବେ କହୁନାହାନ୍ତି ? ପ୍ରଥମ କଥା ହେଲା, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image