ସଲମାନଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ରାକ୍ଷୀ!

ମୁମ୍ବାଇ: ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ବେଳେ ତାଙ୍କ ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରିଛନ୍ତି । ଭିଡିଓରେ ରାକ୍ଷୀ ଜିମ ଲୁକରେ ନଜର ଆସିଛନ୍ତି । ତେବେ ଏଥର ନିଜ ଲୁକକୁ ନେଇ ସେ ଯେତିକି ଚର୍ଚ୍ଚାକୁ ଆସି ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ଅଡିଓକୁ ନେଇ । ଉକ୍ତ ଭିଡିଓରେ ରାକ୍ଷୀ କହିଛନ୍ତି ହେ ଭଗବାନ ସଲମାନଙ୍କ ପୂର୍ବରୁ ମୋତେ ଉଠେଇନି । ସଲମାନ ମୋତେ ଖୁବ୍ ସାହାଯ୍ୟ କରିଛନ୍ତି । ତାଙ୍କ ସାହାଯ୍ୟରେ ମୁଁ ମୋ ମାଆଙ୍କର ଚିକିତ୍ସା କରାଇ ପାରିଛି । ସେ କେବଳ ମୋତେ ନୁହେଁ ଅନେକ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ତେଣୁ ସଲମାନ ଅଧିକାଂଶ ଲୋକଙ୍କୁ ଦରକାର । ତେଣୁ ମୋର ବାକି ଆୟିଷ ତାଙ୍କୁ ଦିଅନ୍ତୁ ଭଗବାନ । ଏମିତି କିଛି କହି ସେ ସଲମାନଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ରାକ୍ଷୀଙ୍କ ମାଆ ଅସୁସ୍ଥ ଥିବା ସମୟରେ ସେ ବହୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ଏମିତିକି ମାଆଙ୍କ ଚିକିତ୍ସା କରିବାକୁ ତାଙ୍କ ପାଖରେ ଅର୍ଥର ଅଭାବ ଥିଲା । ଆଉ ଏତିକି ବେଳେ ସଲମାନ ଖାଁ ତାଙ୍କୁ ସାହାଯ୍ୟ କରିଥିଲେ । ଏହାପରେ ରାକ୍ଷୀଙ୍କ ମାଆ ଏକ ଭିଡିଓ ଶେୟାର କରି ସଲମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Share