ବମ୍ବେ: ଆଜି କିମ୍ବା କାଲି ନୁହେଁ, ସାତ ମାସ ତଳୁ ସରିଥିଲା ବିବାହ। ହେଲେ ଏବେ ମୁହଁ ଖୋଲିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତ। ଗୋଟିଏ ପଟେ ସେ ବିବାହର ପ୍ରମାଣ ସ୍ବରୂପ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ହେଲେ ଏକଥାକୁ ମିଥ୍ୟା ବୋଲି କହୁଛନ୍ତି ପ୍ରେମିକ ଆଦିଲ ଖାଁ।
ରାଖୀ ଶେୟାର କରିଥିବା ଭିଡିଓରେ ଲାଲ ରଙ୍ଗର ସାଲଓ୍ବାର କମିଜ ପିନ୍ଧିଛନ୍ତି। ସେହିଭଳି ଆଦିଲ ନୀଳ ରଙ୍ଗର ଶର୍ଟ ସାଙ୍ଗକୁ ଡେନିମ୍ ଜିନ୍ସ ପିନ୍ଧିଥିବା ନଜର ଆସୁଛି। ହେଲେ ଆଦିଲ ରାଖୀଙ୍କୁ ବିବାହକୁ ଖଣ୍ଡନ କରୁଛନ୍ତି। ତେବେ କେଉଁ କାରଣ ଲାଗି ସେ ଏଭଳି କହୁଥିବା ଜାଣି ନ ଥିବା ରାଖୀ କହିଛନ୍ତି।
ଦୀର୍ଘଦିନରୁ ଆଦିଲ-ରାଖୀ ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟ ଏକାଠି ବିଭିନ୍ନ ପାର୍ଟି ଏବଂ ଶୋ’ରେ ନଜର ଆସୁଛନ୍ତି। ନିକଟରେ ତାଙ୍କୁ ବିଗ୍ ବସ୍ ମରାଠୀ ସିଜନ ୪ରେ ଦେଖିବାକୁ ମିଳିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥାଇ ମଧ୍ୟ ସେ କାହିଁକି ବିବାହକୁ ସ୍ବୀକାର କରୁନାହାନ୍ତି ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି।