ମାଆଙ୍କ ପରଲୋକ ପରେ ଭାଙ୍ଗିପଡିଛନ୍ତି ରାକ୍ଷି

ମୁମ୍ବାଇ: ‘ବିଗ ବସ’ ଫେମ ଅଭିନେତ୍ରୀ ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି । ବ୍ରେନ ଟ୍ୟୁମରେ ପୀଡ଼ିତ ଥିବା ଜୟାଙ୍କର ଦୀର୍ଘଦିନ ହେବ ଚିକିତ୍ସା ଚାଲିଥିଲା । ରାକ୍ଷି ତାଙ୍କ ମାଆଙ୍କର ଖୁବ୍ ନିକଟତର ଥିଲେ । ଏବେ ତାଙ୍କର ପରଲୋକରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ଅଭିନେତ୍ରୀ । ହସ୍ପିଟାଲରୁ ମାଆଙ୍କୁ ନେଇଯିବା ସମୟରେ ସେ ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ମନେ ପକାଇଛନ୍ତି ।
ଶନିବାର ରାକ୍ଷି ତାଙ୍କ ମାଆଙ୍କୁ ହସ୍ପିଟାଲରୁ ନେଇଯାଉଥିବା ସମୟରେ ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଥିଲା । ଏହି ସମୟରେ ସେ ବାରମ୍ବାର କହୁଥିଲେ, ‘ସଲମାନ ଭାଇ ମା’ ମରିଗଲା’ । ରାକ୍ଷିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାସହ ରାକ୍ଷି ତାଙ୍କ ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ, ରାକ୍ଷି ସାୱନ୍ତଙ୍କ ମାଆ ଜୟା ସାୱନ୍ତ ପ୍ରାୟ ୩ ବର୍ଷ ହେବ କ୍ୟାନସରରେ ପୀଡ଼ିତ ଥିଲେ । ମୁମ୍ବାଇରେ ରାକ୍ଷି ତାଙ୍କର ଚିକିତ୍ସା କରାଉଥିଲେ । ହେଲେ ସମୟ କ୍ରମେ ଏହା କିଡନୀ ଓ ଲିଭରକୁ ଆକ୍ରନ୍ତ କରିବା ସଂହ ମଲଟି ଅର୍ଗାନ ଫେଲ୍ୟୁୟର ହୋଇଥିଲା । ଜାନୁୟାରୀରେ ତାଙ୍କର ବ୍ରେନ ଟ୍ୟୁମର ବି ହୋଇଯାଇଥିଲା । ଫଳରେ ସେ କାହାକୁ ଚିହ୍ନି ପାରୁ ନ ଥିଲେ । ଏହି ଚିକିତ୍ସା ସମୟରେ ସଲମାନ ଖାଁଙ୍କ ଠାରୁ ଆରମ୍ଭ କରି ମୁକେଶ ଅମ୍ବାନିଙ୍କ ପର୍ଯ୍ୟନ୍ତ ସମସ୍ତେ ରାକ୍ଷିଙ୍କୁ ସାହାଯ୍ୟ କରିଥିଲେ ।

Share