ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ବଳ ହେଲେ ରାଖୀ: କହିଲେ ‘ ମୋ ପାଖେ ହରାଇବାକୁ ଆଉ କିଛି ନାହିଁ’

ବମ୍ବେ: ଦିନେ ଲୋକଙ୍କୁ ହସାଉଥିବା ରାଖୀ ସାଓ୍ବନ୍ତଙ୍କ ଆଖିରୁ ଲୁହ ଶୁଖୁନି। ଦୀର୍ଘଦିନ ଧରି ବ୍ରେନ୍‌ ଟ୍ୟୁମର ଏବଂ କ୍ୟାନ୍‌ସର ସହ ଲଢ଼ିବା ପରେ ମା’ ଜୟା ଆଖି ବୁଜିଛନ୍ତି। ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ରାଖୀ। କାନ୍ଦି କାନ୍ଦି ତାଙ୍କର ଅବସ୍ଥା ବିଗିଡ଼ିବାରେ ଲାଗିଛି।

ଜୟାଙ୍କ ନିଧନ ପରେ ରାଖୀ ଡାକ୍ତରଖାନାରୁ ମା’ଙ୍କ ଅନ୍ତିମ ମୁହୂର୍ତ୍ତର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ବେଡ୍‌ରେ ଶୋଇ ବହୁ କଷ୍ଟରେ ନିଃଶ୍ୱାସ ପ୍ରଶ୍ୱାସ ନେଉଥିବା ଦେଖାଯାଉଛି। ଅପରପକ୍ଷେ ରାଖୀ ତଳେ ବସି ଭୋ ଭୋ ହୋଇ କାନ୍ଦୁଛନ୍ତି।

ଭିଡିଓ ଶେୟାର କରି ରାଖୀ ଲେଖିଛନ୍ତି, ଆଜି ମୋ’ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା। ମୋ ପାଖେ ହରାଇବାକୁ କିଛି ନାହିଁ। ମୁଁ ତୋତେ ଭଲ ପାଏ ମା’। ତୋ ବିନା ଆଉ କିଛି ନାହିଁ। ଏବେ କିଏ ମୋ ଡାକ ଶୁଣିବ। କିଏ ମୋତେ ଜାବୁଡି ଧରିବ। ମୁଁ ଏବେ କ’ଣ କରିବି ମା’। କୁଆଡେ ଯିବି ବୋଲି ସେ କହିଛନ୍ତି।

Share