ମା’ଙ୍କୁ କ୍ୟାନ୍‌ସର, ଆରୋଗ୍ୟ ଲାଗି ପ୍ରାର୍ଥନା କରିବାକୁ ଗୁହାରି କଲେ ଡ୍ରାମା କୁଇନ୍‌

ବମ୍ବେ: କ୍ୟାନ୍‌ସର ସହ ଲଢ଼ୁଛନ୍ତି ଆଲବମ୍‌ କୁଇନ୍‌ଙ୍କ ମା’। ନିକଟରେ ବିଗ୍‌ ବସ୍‌-୧୪ରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଦେଇ ଚର୍ଚ୍ଚାକୁ ଆସିଥିବା ରାକ୍ଷୀ ସାଓ୍ବନ୍ତଙ୍କ ମା’ ଅସୁସ୍ଥ ଅଛନ୍ତି। ଅଭିନେତ୍ରୀଜଣଙ୍କ ନିଜର ସୋସିଆଲ ପୃଷ୍ଠାରେ ମା’ଙ୍କ ଫଟୋ ଶେୟାର କରି ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ କହିଛନ୍ତି।

ଦୀର୍ଘଦିନରୁ ରାକ୍ଷୀଙ୍କ ମା’ ଅସୁସ୍ଥ ଅଛନ୍ତି। କ୍ୟାନ୍‌ସର ହୋଇଥିବାରୁ ସେ କେମୋ ନେଉଛନ୍ତି। ଚିକିତ୍ସା ଯୋଗୁ ତାଙ୍କର ବହୁତ ଖର୍ଚ୍ଚ ହେଉଛି। ଏଣୁ ବିଗ୍‌ବସ୍‌ ଟାଇଟଲ ଜିତି ନ ଥିଲେ ହେଁ ୧୪ ଲକ୍ଷ ଟଙ୍କା ପାଇ ବେଶ୍‌ ଖୁସି ପ୍ରକଟ କରିଥିଲେ ରାକ୍ଷୀ। ଏଥିରେ ସେ ମା’ଙ୍କ ଚିକିତ୍ସା ଭଲ ଭାବେ କରିପାରିବେ ବୋଲି କହିଥିଲେ।

Share