Categories: ଜାତୀୟ

ରାଖୀ ସାଓ୍ବନ୍ତଙ୍କୁ ସିଦ୍ଧୁଙ୍କ ସହ ତୁଳନା

ନୂଆଦିଲ୍ଲୀ,୧୭।୯: ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡର ବିବାଦୀୟ ଅଭିନେତ୍ରୀ ରାଖୀ ସାଓ୍ବନ୍ତଙ୍କ ସହ ତୁଳନା କରିଛନ୍ତି ଆମ ଆଦମି ପାର୍ଟି (ଏଏପି)ର ରାଘବ ଚଢ଼ା। ନିକଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କ୍ରିକେଟର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ତାଙ୍କ ସରକାରଙ୍କ ବିବାଦୀୟ କୃଷି ଆଇନ ପ୍ରତି ଦୋମୁହଁା ଆଭିମୁଖ୍ୟକୁ ସମାଲୋଚନା କରିଥିଲେ।

”ପଞ୍ଜାବ ରାଜନୀତିର ରାଖୀ ସାଓ୍ବନ୍ତ ହେଉଛନ୍ତି ନବଜୋତ ସିଂ ସିଦ୍ଧୁ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ବିରୋଧ କରିବାରୁ ସିଦ୍ଧୁଙ୍କୁ ଗାଳି ଦେଇଥିଲେ କଂଗ୍ରେସର ହାଇ କମାଣ୍ଡ। ଏବେ ସେ ତାଙ୍କ ସ୍ବରରେ ପରିବର୍ତ୍ତନ କରି କେଜରିଓ୍ବାଲଙ୍କ ପଛରେ ଲାଗିଛନ୍ତି।
ଆସନ୍ତା କାଲି ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ହେବ, କାରଣ ସେ ପୁଣି ଥରେ କ୍ୟାପଟେନଙ୍କ ବିରୋଧରେ ଯାଇପାରନ୍ତି“ ବୋଲି ରାଘବ ଚଢ଼ା ଟୁଇଟ୍‌ କରିଛନ୍ତି।

Share