୨ ଫ୍ଲାଟ୍‌, ୧୧ କୋଟିର ବଙ୍ଗଳାର ମାଲିକାଣୀ ହେଉଛନ୍ତି ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବଲିଉଡ୍‌ର ଡ୍ରାମା କୁଇନ୍‌ ତଥା ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବଡ଼ ପରଦାରୁ ଦୂରରେ ଥିଲେ ହେଁ ନିଜର ଅଜବ କାର୍ଯ୍ୟକଳାପକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ହେଲେ ବ୍ୟକ୍ତିଗତ ଜୀବନକୁ ଦେଖିଲେ ରାକ୍ଷୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

ହିନ୍ଦି ସହ ତେଲୁଗୁ୍‌, ତାମିଲ ଫିଲ୍ମ ଏବଂ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି ରାକ୍ଷୀ। ତାଙ୍କ ପାଖରେ ଅନେକ ଘର ଏବଂ କାର୍‌ ରହିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କର ୨ଟି ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ରାକ୍ଷୀଙ୍କ ପାଖରେ ଏକ ୧୧ କୋଟି ଟଙ୍କାର ବଙ୍ଗଳା ରହିଛି। ମୋଟ ଉପରେ ଦେଖିଲେ ରାକ୍ଷୀଙ୍କ ମୋଟ ସମ୍ପତ୍ତି ୩୭ କୋଟି ଟଙ୍କା ବୋଲି କୁହାଯାଉଛି। ଗାଡ଼ିର ସଉକ ଥିବାରୁ ରାକ୍ଷୀଙ୍କ ପାଖରେ ଫୋର୍ଡର ଏକ କାର୍‌ ରହିଛି। ସେହିଭଳି ତାଙ୍କ ପାଖରେ ଏକ ପୋଲା କାର୍‌ ସହ ଅନ୍ୟାନ୍ୟ ଦାମୀ ଗାଡ଼ି ରହିଛି।

କହିରଖୁଛୁ, ରାକ୍ଷୀ ଷ୍ଟେଜ୍‌ ଶୋ’ରୁ ରୋଜଗାର କରିଥାନ୍ତି। ନିକଟରେ ବିଗ୍‌ବସ୍‌ରେ ସେ ପ୍ରତିଯୋଗୀ ଭାବେ ଭାଗନେଇ ୧୪ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏବେ ସେ କ୍ୟାନ୍‌ସରରେ ପୀଡ଼ିତ ନିଜ ମା’ଙ୍କ ଦେଖାଶୁଣା କରୁଛନ୍ତି।

Share