ଏହି ଅଭିନେତାଙ୍କ ପ୍ୟାଣ୍ଟର ଡୋର ଟାଣିଦେଲେ ରାଖୀ ସାୱନ୍ତ: ରାଗରେ ନିଆଁ ହେଲେ ସ୍ତ୍ରୀ

ବିଗ ବସ୍‌-୧୪ରେ ନୂଆ ବିବାଦ ଦେଖାଦେଇଛି। ଏହାର ସୂତ୍ରଧର ପାଲଟିଛନ୍ତି ରାଖୀ ସାୱନ୍ତ। ଶୋ’ର ଅନ୍ୟତମ ପ୍ରତିଯୋଗୀ ଅଭିନବ ଶୁକ୍ଲାଙ୍କ ପ୍ରେମରେ ସେ ପାଗଳପ୍ରାୟ ହୋଇଯାଇଛନ୍ତି। ଏହି ପାଗଳାମିରେ ରାଖୀ ଏପରି କିଛି କରିଛନ୍ତି ଯେଉଁଥିପାଇଁ ଅଭିନବଙ୍କ ସ୍ତ୍ରୀ ରୁବିନା ରାଗରେ ନିଆଁ ହୋଇଯାଇଛନ୍ତି। ଥଟ୍ଟାରେ ରାଖୀ ଅଭିନବଙ୍କ ପ୍ୟାଣ୍ଟର ଡୋର ଟାଣି ଦେଇଛନ୍ତି। ଏସବୁ ଦେଖିବା ପରେ ରୁବିନା ରାଖୀଙ୍କୁ ଧମକ ଦେଇଥିବା ବେଳେ ରାଖୀ ମଧ୍ୟ ଏହାର ଜବାବ ଦେଇଛନ୍ତି।

ବିଗ ବସର ଆଗାମୀ ଏପିସୋଡର କିଛି ଦୃଶ୍ୟ ଶେୟାର ହୋଇଛି। ଯେଉଁଥିରେ ରାଖୀ ‘ମୁଁ ଅଭିନାଭ କି ଦିୱାନୀ ହୁଁ’ କହୁଥିବାର ନଜର ଆସିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ରାଖୀ ବିନା ଶର୍ଟରେ ଛିଡା ହୋଇଥିବା ଅଭିନବଙ୍କ ପ୍ୟାଣ୍ଟର ଡୋର ଟାଣିଛନ୍ତି। ଯାହା କିଛି ସମୟ ପାଇଁ ଅଭିନବଙ୍କୁ ଅସହଜ କରିଦେଇଛି। ଏସବୁ ଦେଖି ରୁବିନା ବହୁତ ରାଗିଯାଇ ଥିଲେ। ଏହାକୁ ନେଇ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ବିଶେଷକରି ବିଗ୍‌ବସ୍‌ର ଲୋକପ୍ରିୟ ଯୋଡ଼ି ଅଭିନବ-ରୁବିନାଙ୍କ ପ୍ରଶଂସକମାନେ ରାଗରେ ଖପ୍ପା ହୋଇଥିବା ଦେଖାଯାଉଛି।

 

 

Share