ବାପାଙ୍କ ଏହି ଶେଷ କଥା ଶୁଣି କାନ୍ଦିପକାଇ ଥିଲେ ରାଖୀ ସାୱନ୍ତ: ଡ୍ରାମା କୁଇନ୍‌ ଖୋଲିଲେ ଗୁମର

ବଲିଉଡର ଡ୍ରାମା କୁଇନ୍‌ ଭାବରେ ଜଣାଶୁଣା ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ କଥାପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ସଲମାନ ଖାନ୍‌ଙ୍କ ରିଆଲିଟି ଶୋ ବିଗ୍‌ ବସ୍‌ ୧୪କୁ ଯାଇଛନ୍ତି। ରାଖୀ ଏକ ଚ୍ୟାଲେଞ୍ଜର୍‌ ଭାବରେ ଶୋ’ରେ ପ୍ରବେଶ କରିଛନ୍ତି। ଶୋ’ରେ ରହି ସେ ନିଜ ବିଷୟରେ ଅନେକ କଥା ସମ୍ନାକୁ ଆଣୁଛନ୍ତି। ଏବେ ସେ ତାଙ୍କ ବାପାଙ୍କ ବିଷୟରେ ବଡ଼ କଥା କହିଛନ୍ତି।

ସେ ନିଜ ବାପାଙ୍କ ଶେଷ କଥାକୁ କେବେ ଭୁଲି ବେନି। ସେ ସବୁବେଳେ ସେହି କଥାକୁୁ ମନେ ରଖିଛନ୍ତି। ଏହା କହିବାବେଳେ ରାଖୀ ଭାବପ୍ରବଣ ହୋଇଯାଇଥିଲେ। କେବଳ ଏତିକି ନୁହେଁ ରାଖୀ ଏହା ମଧ୍ୟ କହିଛନ୍ତି, ସେ ଯାହା ହାସଲ କରିଛନ୍ତି ସେଥିପାଇଁ ପରିବାର ତାଙ୍କୁ ନେଇ ଗର୍ବ କରନ୍ତି।

ମୋ ପରିବାର ବର୍ତ୍ତମାନ ମୋତେ ବହୁତ ଭଲ ପାଆନ୍ତି। ସମସ୍ତେ କୁହନ୍ତି, ତୁମେ ଭଲ କରିଛ। ଏହା ମୋ ପାଇଁ ଖୁସିର ବିଷୟ। ମୃତ୍ୟୁ ସମୟରେ ବାପା କହିଥିଲେ ତୁମେ ଭଲ କରିଛ। ଏହା ମୋ ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା।

ଝିଅ ଚାନ୍ଦରେ ପହଞ୍ଚି ସାରିଲେଣି। ମୁଁ ଯାହା କଲେ ହସିଲେ ଲୋକଙ୍କୁ ଲାଗେ କଣ୍ଟ୍ରୋଭସି କୁଇନ୍‌ । ହେଲେ ମୁଁ କିଛି ତ କରି ପାରିଛିି। ରାସ୍ତାରେ ବସି ଭିକ ତ ମାଗୁନି। କିଛି ଭୁଲ ତ କରିନି ? ସମସ୍ତେ ଅଲଗା ମଣିଷ, ମୁଁ କଦାପି କାନ୍ଦୁ ନାହିଁ, କିନ୍ତୁ କାନ୍ଦିଲି କାରଣ ଶେଷରେ ମୋ ବାପା ଅନୁଭବ କଲେ ଯେ, ମୁଁ ମୋ ଜୀବନରେ କିଛି କରିଛି।

Share