ବିବାହର ତିନି ଘଣ୍ଟା ପରେ ଡ୍ରାମା କୁଇନ୍‌କୁ ଛାଡ଼ି ପଳାଇଥିଲେ ସ୍ବାମୀ

ବମ୍ବେ: ବିଗ୍‌ବସ୍‌ରେ ଭଳିକି ଭଳି ଡ୍ରାମା କରୁଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ। କିଛିଦିନ ପୂର୍ବେ ନିଜ ବିବାହକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ସେ। ହେଲେ ସ୍ବାମୀଙ୍କ ପରିଚୟ କିମ୍ବା ଫଟୋ ଶେୟାର କରୁ ନ ଥିଲେ। ଏବେ ରାକ୍ଷୀ ସ୍ବାମୀଙ୍କ ବିଷୟରେ ଚମକାଇଲା ଭଳି କଥା କହିଛନ୍ତି। ବିବାହ ଦିନ ହିଁ ସ୍ବାମୀ ତାଙ୍କୁ ଛାଡ଼ପତ୍ରର ଧମକ ଦେଇଥିଲେ। କାରଣ ତାଙ୍କର ବିବାହ ଖବର ଲିକ୍‌ ହୋଇଥିଲା, ଯାହା ସେ ଚାହୁଁ ନ ଥିଲେ। ଏପରିକି ମାତ୍ର ତିନି ଘଣ୍ଟା ପରେ ସେ ଚାଲିଯାଇଥିଲେ। ସେବେଠାରୁ ଆଉ ଫେରି ନାହାନ୍ତି ବୋଲି ରାକ୍ଷୀ କହିଛନ୍ତି।

ଗୋଟିଏ ପଟେ ସ୍ବାମୀଙ୍କୁ ନେଇ ରାକ୍ଷୀ କାନ୍ଦୁଥିବା ବେଳେ ଶୋ’ର ଅନ୍ୟ ପ୍ରତିଯୋଗୀ ଅଭିନବ ଶୁକ୍ଳାଙ୍କୁ ପସନ୍ଦ କରୁଛନ୍ତି। ତାଙ୍କୁ ସେ ଚୋରି କରିନେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଏସବୁ ଭିତରେ ଶୋ’ରେ ଖୁବ୍‌ଶୀଘ୍ର ରାକ୍ଷୀଙ୍କ ସ୍ବାମୀଙ୍କୁ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ସେ ମଧ୍ୟ ଏନେଇ କଥା ହୋଇସାରିଛନ୍ତି। ଯଦି ଏହା ସମ୍ଭବ ହୁଏ ତେବେ ଦର୍ଶକେ ମଧ୍ୟ ହାଇଡ୍ରାମା ଦେଖିବେ ବୋଲି କୁହାଯାଉଛି।

Share