Advertisement

ଖୋଲାଖୋଲି ରୀତେଶଙ୍କ ସହ ଲିପ୍‌ଲକ୍‌ କରି ଚର୍ଚ୍ଚାରେ ଡ୍ରାମାକୁଇନ୍‌

ବମ୍ବେ: ସର୍ବସମ୍ମୁଖରେ ସ୍ବାମୀ ରୀତେଶଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ବଲିଉଡ୍‌ର ଡ୍ରାମାକୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଚଳିତ ସଂସ୍କରଣର ଫିନାଲେ ଅବସରରେ କ୍ୟାମେରାରେ କଏଦ ହୋଇଛି ଏଭଳି କିଛି ଦୃଶ୍ୟ। ପୂର୍ବରୁ ରାକ୍ଷୀଙ୍କ ସ୍ବାମୀ କିଏ ସେ ନେଇ ବହୁତ ଆଲୋଚନା ହୋଇଥିବା ବେଳେ ଏବେ ତାଙ୍କର ଏଭଳି କାର୍ଯ୍ୟ ପ୍ରଶଂସକଙ୍କୁ ଚକିତ କରିଛି। ଏହାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଗ୍‌ବସ୍‌ରେ ଚଳିତ ଥର ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ ରାକ୍ଷୀ। ହେଲେ ଫିନାଲେ ପୂର୍ବରୁ ସେ ଶୋ’ରୁ ବାହାର ହୋଇଥିଲେ। ଫିନାଲେ ଅବସରରେ ସ୍ବାମୀଙ୍କ ସହ ଏକ ଡ୍ୟାନ୍ସ କରିବାକୁ ନେଇ ସେମାନେ ଏକାଠି ହୋଇଥିଲେ। ଶୁଟିଂ ଶେଷ ହେବା ପରେ କିଛି କ୍ୟାମେରାମ୍ୟାନ୍‌ ତାଙ୍କୁ ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ରାକ୍ଷୀଙ୍କୁ ଚୁମ୍ବନ ଦେବାକୁ କହିଥିଲେ। ଯାହାର ଜବାବରେ ରାକ୍ଷୀ ସ୍ବାମୀଙ୍କୁ ଧରି ରୋମାଣ୍ଟିକ ହୋଇଥିଲେ।

ଏହା ପୂର୍ବରୁ ମଧ୍ୟ ରାକ୍ଷୀଙ୍କୁ ଲିପ୍‌ଲକ୍‌ କରୁଥିବା ଦେଖାଯାଇଥିଲା। ଯେଉଁମାନେ ରାକ୍ଷୀଙ୍କ ପ୍ରକୃତ ସ୍ବାମୀ ରିତେଶ କି ନା ତାହାକୁ ନେଇ ପ୍ରଶ୍ନ ଉଠାଉଥିଲେ ଏହା ସେମାନଙ୍କ ମୁହଁ ବନ୍ଦ କରିବ ବୋଲି ପ୍ରଶଂସକ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share