ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…

ମୁମ୍ବାଇ,୨୨।୬: ବଲିଉଡ୍‌ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଖି ଏବେ ଜଣେ ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇ ଚର୍ଚ୍ଚାରେ ରହିଛନ୍ତିି। ରାଖି ନିଜର ଲାଟେଷ୍ଟ୍‌ ଗୀତ ଡ୍ରିମ୍‌ ମେ ଏଣ୍ଟ୍ରି…ର ତାଳେତାଳେ ନୃତ୍ୟ ଶିଖାଊଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ରାଖି ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତିି। ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି। ରାଖି ଭିଡ଼ିଓ ମାଧ୍ୟମରେ ନିଜର ଲାଟେଷ୍ଟ୍‌ ଗୀତକୁ ପ୍ରମୋଟ୍‌ କରିବା ଲାଗି ଏଭଳି କରିଥିବା କେତେକ ୟୁଜର କମେଣ୍ଟ କରିଛନ୍ତି।

Share