ବିଗ ବସ ଘରେ ବୟଫ୍ରେଣ୍ଡ ଆଦିଲଙ୍କ ସହ ନିକାହ କରିବାକୁ ଚାହୁଛନ୍ତି ରାକ୍ଷୀ

ମୁମ୍ବାଇ: ରିୟଲିଟି ଶୋ’ ବିଗ ବସ ସିଜନ ୧୬ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି । ଏବେ ଦର୍ଶକଙ୍କ ଉତ୍କଣ୍ଠା ଜାଣିବାକୁ ଯେ ଏଥର ସିଜନରେ କେଉଁ ସେଲିବ୍ରିଟିମାନେ ଆସୁଛନ୍ତି । ଏଥର ଶୋ’ରେ ଏଣ୍ଟ୍ରି କରିବାକୁ ବହୁ ପୂର୍ବରୁ ରାକ୍ଷୀ ସାୱନ୍ତ ଜାଲ ବିଛାଇ ଅନାଇ ରହିଛନ୍ତି । ଲଗାତାର ଭାବେ ୩ଟି ସିଜନରେ ରାକ୍ଷୀ ନଜର ଆସିଥିବା ବେଳେ ଏଥର ସେ ତାଙ୍କ ବୟଫ୍ରେଣ୍ଡ ଆଦିଲ ଦୁରାନିଙ୍କ ସହ ଏହି ଶୋ’ରେ ଏଣ୍ଟ୍ରି କରିବେ ବୋଲି ଅପେକ୍ଷା ରଖିଛନ୍ତି । କିଛିଦିନ ହେବ ବୟଫ୍ରେଣ୍ଡ ଆଦିଲଙ୍କ ସହ ତାଙ୍କ ଆଫେୟାର୍ସକୁ ନେଇ ସେ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କର ଏକ ଇଚ୍ଛା ପ୍ରକାଶ କରିଥିଲେ । ରାକ୍ଷୀ କହିଥିଲେ କି ସେ ନ୍ୟାଶନାଲ ଟେଲିଭିଜନ ମାଧ୍ୟମରେ ଆଦିଲଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ରାକ୍ଷୀ କହିଥିଲେ ମୋର ଇଚ୍ଛା ବିଗବସ ହାଉସରେ ମୁଁ ସଲମାନ ଭାଇଙ୍କ ଆଶୀର୍ବାଦ ନେଇ ବିବାହ ବା ନିକାହ କରିବାକୁ ଚାହୁଁଛି । କାରଣ ସଲମାନ ଭାଇ ମୋ ପାଇଁ ଭଗବାନ । ଆଉ ମୁଁ ଜାଣିଛି ମୋ ଖୁସି ପାଇଁ ସଲମାନ ଭାଇ କିଛି ବି କରିପାରିବେ । ରାକ୍ଷୀଙ୍କ ଏହି ସାକ୍ଷାତକାର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

Share