ଏହି ଫିଲ୍ମରେ ନଜର ଆସିବେ ରାଖୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମାକୁଇନ କୁହାଯାଉଥିବା ରାଖୀ ସାୱନ୍ତ ବ୍ୟକ୍ତିଗତ ଜୀବନର ସମସ୍ୟାକୁ ଏଡାଇ ଏବେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ପ୍ରଥମେ ସେ ତାଙ୍କ ଏକାଡେମୀ ଖୋଲିଥିଲେ ଏବଂ ବର୍ତ୍ତମାନ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ସେ ନିଜେ ମୁଖ୍ୟ ନାୟିକା ହେବେ। ତାଙ୍କୁ ଏହି ଫିଲ୍ମରେ ଏକ ମହିଳା ପୋଲିସ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ରାଖୀଙ୍କ ଭାଇ ରାକେଶ ସାୱନ୍ତ ପ୍ରକାଶ କରିଛନ୍ତି। ତେବେ ରାଖୀ ସାୱନ୍ତଙ୍କ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମର ଟାଇଟଲ ମଧ୍ୟ ରାକେଶ ଘୋଷଣା କରିଛନ୍ତି। ଏହି ଫିଲ୍ମର ନାମ ହେବ ‘ରାଉଡୀ ରାଖୀ’। ଏଥିରେ ଅଭିନେତ୍ରୀ ପୋଲିସର ଭୂମିକାରେ ଅଭିନୟ କରିବେ। ଏହାକୁ ନିଜେ ରାକେଶ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି।

ରାଖୀ ସାୱନ୍ତ ଆଜିକାଲି ତାଙ୍କ ସ୍ବାମୀ ଆଦିଲ ଖାନଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ବାମୀ ଆଦିଲ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ରାଖୀ। ଏହାପରେ ପୋଲିସ ଆଦିଲଙ୍କୁ ଗିରଫ କରିଥିଲା। ଏବେ ସେ ଜେଲରେ ଅଛନ୍ତି। ସ୍ବାମୀଙ୍କ ସହ ବିବାଦ ମଧ୍ୟରେ ରାଖୀ ଦୁବାଇରେ ନିଜର ଅଭିନୟ ଏବଂ ନୃତ୍ୟ ଏକାଡେମୀ ଖୋଲିଛନ୍ତି। ଏହା ସହିତ ସେ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରୁଛନ୍ତି।

Share