ଲିପଷ୍ଟିକରେ ଶରୀରସାରା ଏମିତି ଲେଖିଲେ ରାଖୀ: ରାଗିଗଲେ ରୁବିନା

ବିଗ୍‌ବସ ଆଗାମୀ ଏପିସୋଡର ପ୍ରୋମୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପ୍ରୋମୋରେ ରାଖୀ ତାଙ୍କ ଶରୀରରେ ‘ଅଭିନବ ଆଇ ଲଭ ୟୁ’ ଲେଖି ବୁଲୁଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପରେ ରୁବିନା ତାଙ୍କ ସ୍ବାମୀ ଅଭିନବଙ୍କ ଉପରେ ରାଗି ଯାଉଛନ୍ତି।

 

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାଖୀ ସାୱନ୍ତ ସାରା ଶରୀରରେ ଲିପଷ୍ଟିକରେ ‘ଆଇ ଲଭ ଅଭିନବ’ ଲେଖି ବୁଲୁଛନ୍ତି। ଏହା ଦେଖି ଅଭିନବ ପାଟି କରି ପଚାରିଲେ, ‘ଏହା କ’ଣ? ରାଖୀ କହିଛନ୍ତି, ‘ମୋର ପାଗଳ ପ୍ରେମ’। ରାଖୀଙ୍କୁ ଏହିପରି ଦେଖି ରୁବିନା କ୍ରୋଧିତ ହୋଇ ଅଭିନବଙ୍କୁ କହିଥିଲେ ଯେ, ସେ ବର୍ତ୍ତମାନ ସୀମା ଅତିକ୍ରମ କରୁଛନ୍ତି ଏବଂ ତୁମେ ତାକୁ ମୁଣ୍ଡରେ ବସାଅନାହିଁ।

Share