Categories: ଜାତୀୟ

ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ତମ ଜନ୍ମଦିନରେ ପାଳନ ହେବ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ

ନୂଆଦିଲ୍ଲୀ,୯ ।୧୧: ଝାନ୍‌ସି ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ ତମ ଜନ୍ମଦିନ ଅବସରରେ ଝାନ୍‌ସିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ(୧୭-୧୯ ନଭେମ୍ବର)ପାଳନ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସେନାଙ୍କ ଶକ୍ତି ଓ ଡିଫେନ୍ସ ପିଏସୟୁର ଅସ୍ତ୍ର ଓ ସେନାର ଅସ୍ତ୍ରଶସ୍ତ୍ରକୁ ନେଇ ଏକ ବଡ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ପ୍ରତିରକ୍ଷା ପର୍ବ ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ବଡ ଏୟାର ଡିସପ୍ଲେର ବି ଆୟୋଜନ କରାଯାଇଛି । ଏହା ବ୍ୟତୀତ ପର୍ବ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୭ ନଭେମ୍ବରରେ ପର୍ବର ଉଦ୍‌ଘାଟନ କରିବେ । ୧୯ ନଭେମ୍ବର ଅର୍ଥାତ୍ ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ପର୍ବର ସମାପନ କରାଯିବ । ଏହି ସମୟରେ ମୋଦି ଏକ ସଭାକୁ ବି ସାମ୍ବାଧନ କରତ୍ୱ । ଝାନ୍‌ସିରେ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ ସ୍ୱାଧିନତାର ଅମୃତ ମହୋତ୍ସବ ଅର୍ଥାତ୍ ସ୍ୱାଧିନତାର ୭୫ ବର୍ଷର ପୂର୍ତ୍ତି ଅବସରରେ ପାଳନ କରାଯାଉଛି ।

Share