ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…

ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ ଇନଷ୍ଟାଗ୍ରାମ୍‌ରେ ଭାଇରାଲ ହେବାରେ ଲାଗିଛି। ଇଣ୍ଡିଆନ୍‌ ଆଇଡଲ୍‌-୧୨ର ଶୁଟିଂ ସାରି ମୁମ୍ବାଇ ଫେରି ପୁଣି ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଭିଡ଼ିଓକୁ ଫେଶନ ଫଟୋ ଗ୍ରାଫର ବିରଲ ଭୟାନୀ ନିଜ ଅଫିସିଆଲ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଅପଲୋଡ୍‌ କରିଛନ୍ତି। ଭିଡ଼ିଓରେ ରାକ୍ଷୀ ଯୋଗଗୁରୁ ରାମଦେବଙ୍କୁ କରୋନା ମହାମାରୀ ଭୂତାଣୁ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, କରୋନା ଭୂତାଣୁ କେବେ ଲୁଚି ଯାଉଛି, ପୁଣି କେବେ ବାହାରୁଛି। କରୋନା ଭଳି ରାମଦେବଙ୍କର ମଧ୍ୟ ସମାନ କାର୍ଯ୍ୟକଳାପ ରହିଛି ବୋଲି ଭିଡ଼ିଓରେ ରାକ୍ଷୀ କହିଛନ୍ତି।

Share