Categories: ଫୁରସତ

ସ୍ବାମୀ ଆଦିଲଙ୍କଠୁ ଛାଡ଼ପତ୍ର ଚାହୁଁଛନ୍ତି ରାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଅନେକ ସମୟରେ କିଛି ନା କିଛି କାରଣ ପାଇଁ ଲାଇମଲାଇଟରେ ରହିଥାନ୍ତି। ନିକଟରେ ରାକ୍ଷୀଙ୍କ ଜୀବନରେ ଜଣେ ନୂଆ ଅତିଥି ଆସିଛନ୍ତି। ହେଲେ ସେ ଏଥିରେ ଭୟରେ ଅଛନ୍ତି। କାରଣ ଏହା ପୂର୍ବରୁ ତାଙ୍କ ଜୀବନରେ କିଛି ଠିକ୍‌ ନ ଥିଲା। ତାଙ୍କୁ ଏବେ ମୁମ୍ବାଇ ଏବଂ ଦୁବାଇରେ ଡ୍ୟାନ୍ସ ଷ୍ଟୁଡିଓ ପରିଚାଳନା କରିବାରେ କଷ୍ଟସାଧ୍ୟ ହୋଇପଡ଼ିଛି। ସେଥିପାଇଁ ସେ ଜଣେ ଏମିତି ଜୀବନସାଥୀ ଚାହୁଁଛନ୍ତି, ଯିଏ ତାଙ୍କୁ ତାଙ୍କ କାର୍ଯ୍ୟରେ ସାହାଯ୍ୟ କରିପାରିବେ। ଏଥିସହ ରାକ୍ଷୀ ଭିଡିଓରେ କହିଛନ୍ତି, ତାଙ୍କୁ ଶୀଘ୍ର ଛାଡ଼ପତ୍ର କରାଇ ଦିଅନ୍ତୁ। ରାକ୍ଷୀଙ୍କ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ନାଚୁଥିବାର ନଜର ଆସିଛନ୍ତି। ଶୀଘ୍ର ଛାଡ଼ପତ୍ର ଦେବାକୁ ଜଜ୍‌ଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ରାକ୍ଷୀ ଆଦିଲ ଦୁରାନୀଙ୍କୁ ବିବାହ କରିଥିଲେ। କିଛିଦିନ ପରେ ସେ ଆଦିଲଙ୍କ ବିରୋଧରେ ସମସ୍ତ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ଜେଲ ପଠାଇଥିଲେ। ତେବେ ରାକ୍ଷୀ ଜଣେ ନୃତ୍ୟଶିଳ୍ପୀ। ଏଥିସହ ସେ ୧୯୯୭ରୁ ତାଙ୍କ ପ୍ରଥମ ଫିଲ୍ମ କରିଥିଲେ। ଶେଷଥର ପାଇଁ ତାଙ୍କୁ ୨୦୧୯ରେ ‘ଉପକ୍ଷା’ରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଟେଲିଭିଜନର ଅନେକ ଶୋ’ରେ ନଜରକୁ ଆସିଛନ୍ତି।

Share