ସାମ୍ନାକୁ ନ ଆସିବାକୁ କହିଲେ ରାକ୍ଷୀଙ୍କ ପୂର୍ବ ସ୍ବାମୀ

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଏବଂ ରିତେଶ ସିଂ ପରସ୍ପରଠାରୁ ଅଲଗା ହୋଇଛନ୍ତି। ପୂର୍ବରୁ ପୋଷ୍ଟ ଶେୟାର ରାକ୍ଷୀ ଅଲଗା ହେବାର ଖୁଲାସା କରିଥିଲେ । କିନ୍ତୁ ଏଥର ରିତେଶ ତାଙ୍କ ପୋଷ୍ଟରେ ରାକ୍ଷୀ ବିଷୟରେ ଏଭଳି କିଛି କହିଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ରିତେଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାକ୍ଷୀ ସାୱନ୍ତଙ୍କ ଏକ ଫଟୋ ଶେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି ରାକ୍ଷୀ ଜୀ ଆପଣଙ୍କୁ ଏକ ସରଳ ପରାମର୍ଶ। ଦୟାକରି ଆପଣ କୌଣସି ଗେମ ଶୋ’ରେ ମୋ ସାମ୍ନାକୁ ଆସନ୍ତୁ ନାହିଁ । ନ ହେଲେ ଆପଣଙ୍କର ଏପରି ଅବସ୍ଥା କରିବି କି ଦ୍ବିତୀୟ ଥର ଆଉ କୌଣସି ଶୋ’କୁ ଯିବ ନାହିଁ ।‘ବିଗ ବସ ୧୫’ର ଏକ ୱାଇଲ୍ଡ କାର୍ଡରେ କ’ଣ କରିଥିଲି ତାହା ତୁମର ମନେ ଥିବ। ଏହି ପୋଷ୍ଟରେ ରାକ୍ଷୀ ମଧ୍ୟ ଲେଖିଛନ୍ତି, ତୁମେ ତୁମର ଡ୍ରାମା ବନ୍ଦ କର । ତାଙ୍କ ଫଟୋ ବ୍ୟବହାର ନକରିବାକୁ ଚେତାବନୀ ଦେଇ କହିଛନ୍ତି ମୋ ଫଟୋ ବ୍ୟବହାର କରନ୍ତୁ ନାହିଁ। ଏହାର ଜବାବରେ ରିତେଶ ଲେଖିଛନ୍ତି, ମ୍ୟାଡାମ! ତୁମେ ମୋର ନାମ ବ୍ୟବହାର କରିବା ବନ୍ଦ କର ଏବଂ ମୁଁ ମଧ୍ୟ ତୁମର ଫଟୋ ବ୍ୟବହାର କରିବା ବନ୍ଦ କରିଦେବି।

Share