ଫେବୃଆରୀ ୨୨ରେ ରକୁଲଙ୍କ ବାହାଘର

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଦୀର୍ଘଦିନ ଧରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭଗ୍ନାନୀଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ରକୁଲ ଘୋଷଣା କରିଛନ୍ତି। ଚଳିତବର୍ଷ ଫେବୃଆରୀ ୨୨ ତାରିଖରେ ଉଭୟେ ଗୋଆରେ ବିବାହ କରିବେ ବୋଲି ଜଣାପଡ଼ିଛି। ସେମାନେ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ଦୁହେଁ ବିବାହ ପୂର୍ବରୁ ଏବେ ଛୁଟିଦିନକୁ ଉପଭୋଗ କରୁଛନ୍ତି। ବର୍ତ୍ତମାନ ଉଭୟେ ଥାଇଲାଣ୍ଡରେ ଅଛନ୍ତି। ପୂର୍ବରୁ ୨୦୨୧ ଅକ୍ଟୋବରରେ ରକୁଲ ଏବଂ ଜ୍ୟାକି ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ରକୁଲ ୨୦୦୯ରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ଅଭିନୟରେ ଫ୍ୟାନ୍ସଙ୍କ ହୃଦୟ ଜିତିପାରିଛନ୍ତି। ନିକଟରେ ତାଙ୍କୁ ‘ମୁଝେ ତୁମ୍‌ସେ ପ୍ୟାର ହୁଆ’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ପାଖରେ ଆଉ ୩ଟି ଫିଲ୍ମ ରହିଛି।

Share