ବିବାହ କରିବେ ରକୁଲ

ବଲିଉଡରେ ଏବେ ଜଣଙ୍କ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ନିକଟରେ ରିଚା ଚଢା ଏବଂ ଅଲି ଫୈଜଲ ବିବାହ କରିଥିଲେ। ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାରେ ଅଛି। ଏବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ବିବାହ କରିବେ ବୋଲି ଜଣାପଡ଼ିଛି। ୨୦୨୩ରେ ଉଭୟ ସାତ ଫେରା ନେବେ। ରକୁଲଙ୍କ ଭାଇ ଏହା ପ୍ରକାଶ କରିଛନ୍ତି।
ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ। ଉଭୟ କିଛି ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ଚାହାଁନ୍ତି। ବର୍ତ୍ତମାନ ବିବାହ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। ବର୍ତ୍ତମାନ, ଜ୍ୟାକିଙ୍କ ହାତରେ ବଡ଼ ପ୍ରୋଜେକ୍ଟ ଅଛି ଏବଂ ରକୁଲ ମଧ୍ୟ ବ୍ୟସ୍ତ ଅଛନ୍ତି, ତେଣୁ ଉଭୟ ସମୟ ନେଇ ବିବାହର ନିଷ୍ପତ୍ତି ନେବେ।

Share