ଟ୍ରୋଲ ହେଲେ ରକୁଲ ପ୍ରିତ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ସେ ଏବେ ଟ୍ରୋଲ ହୋଇଛନ୍ତି । ଫଟୋରେ ଯାହା ଦେଖାଯାଉଛି ସେଥିରେ ସେ ସର୍ଜରୀ କରିଥିବା ଅନୁମାନ କରାଯାଉଛି । କାରଣ ତାଙ୍କର ଜ ଲାଇନ ଓ ଲମ୍ବା ଚେହେରାକୁ ଆଦୌ ପସନ୍ଦ କରି ନାହାନ୍ତି ତାଙ୍କ ପ୍ରଶଂସକ । ଯେଉଁଥିପାଇଁ ସେ ଟ୍ରୋଲ୍ ହୋଇଛନ୍ତି । ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରି ସାରିଲେଣି ରକୁଲ । ସେ ତାଙ୍କର ଷ୍ଟାଇଲ ଓ କ୍ୟୁଟନେସ୍ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ତାଙ୍କର ଏପରି ଫଟୋ କାହାକୁ ବୋଧହୁଏ ସୁନ୍ଦର ଦେଖାଯାଉ ନାହିଁ । ହେଲେ ଏପର୍ଯ୍ୟନ୍ତ ପ୍ରଶଂସକଙ୍କ ଉତ୍ତର ଦେଇ ନାହାନ୍ତି ରକୁଲ । ସତରେ ସେ ସର୍ଜରୀ କରିଛନ୍ତି ନା ଫଟୋଟିକୁ ଏଡିଟ୍ କରାଯାଇଛି ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସେ ଯାହା ବି ହେଉନା କାହିଁକି ଦର୍ଶକେ ତାଙ୍କର କ୍ୟୁଟ ଫିଗରକୁ ପୁଣିଥରେ ଦେଖିବାକୁ ଚାହାଁନ୍ତି ।

Share