ବିବାହକୁ ନେଇ ଏମିତି କହିଲେ ରକୁଲ ପ୍ରୀତ୍‌

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ଜନ୍ମଦିନ ଅବସରରେ ଜ୍ୟାକି ଭଗ୍ନାନୀଙ୍କ ସହ କିଛି ମାସ ପୂର୍ବରୁ ପ୍ରେମସମ୍ପର୍କକୁ ଅଫିସିଆଲ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ତାଙ୍କ ପ୍ରେମ ସମ୍ପର୍କକୁ ଖୁଲାସା କରିଥିଲେ। ଏଥିରେ କ୍ୟାପଶନ ଲେଖିଥିଲେ, ଏହା ତାଙ୍କ ପାଇଁ ବଡ଼ ଉପହାର। ବର୍ତ୍ତମାନ ସେ ପ୍ରେମିକ ଜ୍ୟାକି ଭଗ୍ନାନୀଙ୍କ ସହ ତାଙ୍କ ବିବାହକୁ ନେଇ ଏକ କୌତୂହଳ କଥା କହିଛନ୍ତି।

ଏକ ସାକ୍ଷାତକାରରେ ଯେତେବେଳେ ରକୁଲଙ୍କୁ ବିବାହ ସମ୍ପର୍କରେ ପଚରା ଯାଇଥିଲା ସେ ସଙ୍ଗେ ସଙ୍ଗେ କହିଥିଲେ, ପ୍ରେମକୁ ସାର୍ବଜନୀନ କରିଛୁ ବିବାହକୁ ମଧ୍ୟ ସାର୍ବଜନୀନ କରିବୁ। ସମୟ ଆସିଲେ ସେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ନିଶ୍ଚିତ ଶେୟାର କରି ଏ ବିଷୟରେ ଜଣାଇବେ। କିନ୍ତୁ ବର୍ତ୍ତମାନ ସେ ତାଙ୍କ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

Share