ରକୁଲ ପ୍ରିତ ସିଂ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ସେ ନିଜେ ଏହି ସୂଚନ ଦେଇଛନ୍ତି ଓ ନିଜେ କ୍ୱାରାଣ୍ଟାଇନରେ ରହି ଯାଇଥିବା କହିଛନ୍ତି । ଏହାସହ ନିକଟରେ ଯେଉଁମାନେ ତାଙ୍କ ସହ ମିଶିଛନ୍ତି ସେମାନେ ବି କରୋନା ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି । ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି । ତେଣୁ ତାଙ୍କର ପ୍ରଶଂସକମାନେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ନିକଟରେ ସେ ଫିଲ୍ମ ‘ମେ ଡେ’ର ଶୁଟିଂ ଆରମ୍ଭ କରିଥିଲେ । ଆଉ ଖୁବଶୀଘ୍ର ସେ ସୁସ୍ଥ ହୋଇ ପୁଣି କାମରେ ଲାଗିଯିବେ ବୋଲି କହିଛନ୍ତି । ନିକଟରେ ମାଲଦ୍ୱୀପରେ ଛୁଟି କଟାଇ ଆସିବା ପରେ ସେ ତାଙ୍କ ଫିଲ୍ମର ଶୁଟିଂ କାମ ଆରମ୍ଭ କରିଥିଲେ ।

Share