‘ମେ’ଡେ’ରେ ନଜର ଆସିବେ ରକୁଲ

ମୁମ୍ବାଇ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଫିଲ୍ମ ମେ’ ଡେରେ ରକୁଲ ପ୍ରିତ ସିଂଙ୍କର ଏଣ୍ଟ୍ରି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏଥିରେ ରକୁଲ ମହାନାୟକ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବେ । ତେବେ ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ । ସେ କହିଛନ୍ତି, ଯେତେବେଳେ ମୁଁ ଅଭିନେତ୍ରୀ ହେବାକୁ ସ୍ଥିର କଲି ସେତେବେଳେ ମୁଁ ସ୍ୱପ୍ନ ଦେଖିଥିଲି ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବି । ଆଉ ଏବେ ମୋର ସେହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏହାସହ ଅଜୟ ଦେବଗନଙ୍କ ସହ କେବଳ ସ୍କ୍ରିନ୍ ଶେୟାର ନୁହେଁ ବରଂ ତାଙ୍କ ନିର୍ଦ୍ଦେଶନାରେ କାମ କରିବାକୁ ଯାଉଥିବାରୁ ଏହା ମୋ ପାିଁ ଆଉ ଏକ ଖୁସି ବୋଲି ରକୁଲ କହିଛନ୍ତି । ଅନ୍ୟପଟେ ମେ’ ଡେରେ ରକୁଲଙ୍କ ଅଭିନୟ ଦେଖିବାକୁ ତାଙ୍କ ପ୍ରଶଂସକ ଚାହିଁ ବସିଛନ୍ତି ।

Share