ଅକ୍ଷୟ କୁମାରଙ୍କ ଟଙ୍କା ଚୋରାଇ ନେବାକୁ ଚାହୁଁଛନ୍ତି ରକୁଲପ୍ରିତ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ଫିଲ୍ମ ପିଛା ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିଥାନ୍ତି ସେ। ଏଭଳି ସ୍ଥିତିରେ ଏବେ ତାଙ୍କ ଟଙ୍କା ଚୋରି କରିବାକୁ ଚାହୁଁଛନ୍ତି ଚୁଲବୁଲି ଅଭିନେତ୍ରୀ ରକୁଲ ପ୍ରିତ ସିଂ। କିଛି ଏଭଳି ଅଭିଳାଶାକୁ ନେଇ ସେ ଏବେ ଚର୍ଚ୍ଚାରେ।

ଦକ୍ଷିଣ ଭାରତୀୟ ସିନେମାରେ ସୁପରଷ୍ଟାରମାନଙ୍କ ସହ କାମ କରିବାର ଅଭିଜ୍ଞତା ରହିଛି ରକୁଲଙ୍କର। ଏବେ ସେ ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦୨୨ରେ ତାଙ୍କର ପାଞ୍ଚଟି ହିନ୍ଦୀ ଫିଲ୍ମ ରିଲିଜ ହୋଇଛି। ସବୁଥିରେ ତାଙ୍କ କାମକୁ ପସନ୍ଦ କରାଯାଇଛି। ଏବେ ଏକ ସାକ୍ଷାତକାରରେ ରକୁଲ ନିଜ ସହକଳାକାରଙ୍କଠାରୁ କେଉଁ ଜିନିଷ ଚାହୁଁଥିବା ନେଇ ମତ ରଖିଛନ୍ତି।

ରକୁଲ ଅଲ୍ଲୁ ଅର୍ଜୁନଙ୍କଠାରୁ ନୃତ୍ୟ କଳା ଚୋରାଇ ନେବାକୁ ଚାହାନ୍ତି। ସେହିଭଳି ଅଜୟ ଦେବଗନଙ୍କଠାରୁ ସେ ଶାନ୍ତ ରହିବାର କଳା ଏବଂ ଅକ୍ଷୟଙ୍କଠାରୁ ସେ ସବୁତକ ଟଙ୍କା ଚୋରାଇ ନେବାକୁ କହିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share