୧୧ ଘଣ୍ଟା ଧରି ପାଣି ଭିତରେ ଶୁଟିଂ କରିବା ପରେ ବିଗିଡିଲା ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା

ସାଉଥ୍‌ରୁ ବଲିଉଡ ଫିଲ୍ମ ପର୍ଯ୍ୟନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ରକୁଲ ପ୍ରୀତ ସିଂ ଜଣେ ପରିଶ୍ରମୀ ଅଭିନେତ୍ରୀ। ସେ ନିଜକୁ ଅନେକ ଥର ମଧ୍ୟ ପ୍ରମାଣିତ କରିଛନ୍ତି। ଫିଲ୍ମରେ ନିଜର ଚରିତ୍ର ପାଇଁ କଠିନ ପରିଶ୍ରମ କରନ୍ତି, ଯାହାର ଏକ ଛୋଟ ଝଲକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅଭିନେତ୍ରୀ ତାଙ୍କ ଅପକମିଙ୍ଗ୍‌ ଫିଲ୍ମକୁ ନେଇ ଶୁଟିଂ ଚଳାଇଛନ୍ତି। ନିକଟରେ ରକୁଲ ୧୧ ଘଣ୍ଟା ଧରି ପାଣି ଭିତରେ ଶୁଟିଂ କରିଥିଲେ। ଯାହା ପରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡି ଯାଇଥିଲା। ହେଲେ ଏହି ଶଟ୍‌କୁ ନେଇ ସେ ବେଶ୍‌ ଉତ୍ସାହିତ ଥିଲେ। ଶୁଟ୍‌ ପରେ ରାକୁଲ ନିଜ ଇନଷ୍ଟାଗ୍ରାମ ଷ୍ଟେରୀରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟାୱେଲ ଗୁଡ଼ାଇ ହୋଇ ଔଷଧ ଖାଉଥିବା ନଜର ଆସିଛନ୍ତି। ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି, ପାଣି ଭିତରେ ୧୧ ଘଣ୍ଟା ଧରି ଶୁଟିଂ କରିଛି ଯାହା ସବୁଠାରୁ କଠିନ ଥିଲା। କିନ୍ତୁ କାଢା ମେଡିସିିନ ଖାଇବା ପରେ ସୁସ୍ଥ ଅନୁଭବ କରୁଛି। ରକୁଲଙ୍କ ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ କାର୍ଯ୍ୟ ଏବଂ ଉତ୍ସାହକୁ ପ୍ରଶଂସା କରୁଛନ୍ତି।

ଅଭିନେତ୍ରୀ ଶେଷଥର ପାଇଁ ଅଜୟ ଦେବଗନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ରେ ନଜର ଆସିଥିଲେ। ହେଲେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନ ଥିଲା।

Share