ରକୁଲ୍‌ଙ୍କ ନୂଆ ଆଇଡିଆ

କଥାରେ ଅଛି ବସିବା ଠାରୁ କାଶିବା ଭଲ। ତେଣୁ ଘରେ ବା ବସି ବସି କାହିଁକି ବୋର୍‌ ହେବେ, ତେଣୁ ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଜୁଟିଛି। ପ୍ରତିଦିନ କିଛି ସମୟ ସେ ଗାର୍ଡେନିଂ ପାଇଁ ସମୟ ଦେଉଛନ୍ତି। ସେ କିଏ ଜାଣନ୍ତି ? ରକୁଲ୍‌ ପ୍ରୀତ ସିଂ। ଯେହେତୁ ଏବେ ଶୁଟିଂ ନାହିଁ, ତେଣୁ ସେ ଗାର୍ଡେନିଂରେ ମନୋନିବେଶ କରିଛନ୍ତି। ଏ ବିଷୟରେ ସେ କହନ୍ତି, ‘ପିଲାଟି ଦିନରୁ ମୋର ଗାର୍ଡେନିଂ ପ୍ରତି ସଉକ ଥିଲା। କିନ୍ତୁ ପାଠ ପଢ଼ା ଏବଂ ବଲିଉଡ୍‌ରେ ବ୍ୟସ୍ତ ରହିବାରୁ ସେଥିପାଇଁ ସମୟ ଦେଇପାରୁ ନ ଥିଲି। ହେଲେ ଏବେ ମୁଁ ପ୍ରତିଦିନ କିଛି ସମୟ ବଗିଚା କାମରେ ନିଜକୁ ନିୟୋଜିତ ରଖୁଛି। ନୂଆ ଫୁଲ ଗଛ ଲଗାଇବା ବ୍ୟତୀତ ପୁରୁଣା ଗଛର ଯତ୍ନ ନେଉଛି।’ କେବଳ ସେତିକି ନୁହେଁ, ନିଜ ଗାର୍ଡେନରେ ସେ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ସେଗୁଡିକୁ ନିଜର ସୋସିଆଲ ମିଡିଆରେ ଅପଲୋଡ୍‌ କରୁଛନ୍ତି। ସେଗୁଡିକ ମଧ୍ୟ ବେଶ୍‌ ଭାଇରାଲ ହେଉଛି। ଅନ୍ୟପକ୍ଷରେ ଏବେ ରକୁଲ୍‌ଙ୍କ ହାତରେ ୨-୩ଟି ଅଫର ରହିଛି। ସେଗୁଡିକୁ ଭଲ ଭାବରେ ତର୍ଜମା କରିବା ପରେ ସେ ନେଇ ନିଷ୍ପତ୍ତି ନେବେ ବୋଲି କହନ୍ତି ଏହି ଅଭିନେତ୍ରୀ।

Share