ଜ୍ୟାକିଙ୍କ ସହ ରକୁଲଙ୍କ ବ୍ରେକ୍‌ଅପ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ଗତ ବର୍ଷ ନିର୍ମାତା ଜ୍ୟାକି ଭଗନାନୀଙ୍କୁ ଡେଟ୍‌ କରୁଥିବା ସ୍ବୀକାର କରିଥିଲେ। ସେ ଇନ୍‌ଷ୍ଟାଗ୍ରାମରେ ଜ୍ୟାକିଙ୍କ ଏକ ଫଟୋ ଶେୟାର କରି ଥ୍ୟାଙ୍କ୍‌ ୟୁ ମାଇଁ ଲଭ୍‌ ବୋଲି ଲେଖିଥିଲେ। କିନ୍ତୁ ଏବେ ସେ ଏହି ସଂପର୍କକୁ ଗୁଜବ ଆଖ୍ୟା ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ରକୁଲ ବିବାହ ଚର୍ଚ୍ଚକୁ ଖଣ୍ଡନ କରିବା ସହ ଏହାକୁ ମନ ଗଢା କାହାଣୀ ବୋଲି କହିଛନ୍ତି। ଆମ ଭିତରେ ସେଭଳି କୌଣସି ସଂପର୍କ ନାହିଁ। ଦୟାକରି ମୋତେ ଆଦୌ ହଇରାଣ କରନ୍ତୁ ନାହିଁ। ବର୍ତ୍ତମାନ ମୋର ଧ୍ୟାନ କାମ ଉପରେ ଅଛି । ଆଗକୁ ୧୦ଟି ପ୍ରୋଜେକ୍ଟ ହାତରେ ଅଛି ବୋଲି ସେ କହିଛନ୍ତି। ଗତ ବର୍ଷ ରକୁଲ ନିଜ ଜନ୍ମଦିନରେ ଜ୍ୟାକିଙ୍କ ସହ ସଂପର୍କକୁ ଇନଷ୍ଟାଗ୍ରାମ ଅଫିସିଆଲ କରିଥିଲେ।

 

Share