‘କୋଭିଡ୍‌ ନିୟମ ନ ମାନିଲେ ରାଲି ବନ୍ଦ ’

ନୂଆଦିଲ୍ଲୀ, ୧୧।୪(ପି.ଟି.): କରୋନା ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବା ପାଇଁ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ଗାଇଡଲାଇନ ପାଳନ ନ ହେଲେ ନିର୍ବାଚନୀ ରାଲି ବନ୍ଦ କରିବାକୁ ଇସି କୁଣ୍ଠାବୋଧ କରିବେ ନାହିଁ ବୋଲି କହିଛନ୍ତି। ଗତବର୍ଷ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଭିଡ୍‌ ଗାଇଡଲାଇନ ଜାରି କରାଯାଇଥିଲା। ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ନେତାମାନଙ୍କୁ ପତ୍ର ଲେଖି ଇସି ଏହା ଜଣାଇଦେଇଛନ୍ତି।

Share