ରାଲି ପୂର୍ବରୁ ଲୁହବୁହା ଗ୍ୟାସ ଛାଡ଼ିଲା ପୋଲିସ

ଇସଲାମାବାଦ,୧୪ା୫: ପାକିସ୍ତାନର ପିଟିଆଇ ସମର୍ଥକମାନେ ଇମ୍ରାନ ଖାନ୍‌ଙ୍କ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଯାହାକୁ ନେଇ ପାକିସ୍ତାନର ରାଜନୀତି ସରଗରମ ହୋଇଛି। ଇମ୍ରାନ ଅନେକ ସ୍ଥାନରେ ଶୋଭାଯାତ୍ରା ଏବଂ ନିର୍ବାଚନ ପାଇଁ ଦାବି କରୁଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇମ୍ରାନଙ୍କ ସରକାର ହଟାଇବା ବିରୋଧରେ ପାକିସ୍ତାନୀ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ରେ ପାକିସ୍ତାନୀ ଅଧିକାରୀମାନେ ଲୁହବୁହା ଗ୍ୟାସ ଗୁଳି ଚଳାଇ ଲାଠି ଚାର୍ଜ କରିଛନ୍ତି। ଦଳର କର୍ମୀମାନେ ଶନିବାର ସକାଳେ ସିଆଲକୋଟରେ ଏକ ରାଲି ପାଇଁ ପ୍ରସ୍ତୁତ ହେଉଥିଲେ। ରାଲି ପୂର୍ବରୁ ପୋଲିସ ଲୁହ ବୁହା ଗ୍ୟାସ ଛାଡ଼ିଥିଲା। ରାଲିକୁ ଭଣ୍ଡୁର କରିବା ପାଇଁ ପୋଲିସ ଏପରି କରିଥିବା ଇମ୍ରାନଙ୍କ ସମର୍ଥକମାନେ କହିଛନ୍ତି।

Share