Categories: ଜାତୀୟ

ଟ୍ରେନ୍‌ରେ ପୁଣି ମିଳିବ କମ୍ବଳ

ନୂଆଦିଲ୍ଲୀ,୧୦।୩: କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ଧରି ସରକାର ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ଏବେ ଧିରେ ଧିରେ ପ୍ରତ୍ୟାହାର କରାଯାଉଛି। ଇତିମଧ୍ୟରେ ନିକଟରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମୋଦନ ମିଳିିବା ପରେ ସରକାର ରେଲୱେରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଏକ ଆଶ୍ୱସ୍ତି ଖବର ଆଣିଛନ୍ତି। ଟ୍ରେନ୍‌ ଭିତରେ ଲାଇଲନ, କମ୍ବଳ ଓ ପରଦା ଯୋଗାଇବା ପାଇଁ ଗୁରୁବାର ରେଲଓ୍ବେ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କରୋନା ମହାମାରୀ ଯୋଗୁ ୨ବର୍ଷ ପୂର୍ବେ ସମସ୍ତ ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳୁଥିବା କମ୍ବଲ ମଧ୍ୟ ସାମିଲ ରହିଥିଲା। ବର୍ତ୍ତମାନ ଏହି ପ୍ରତିବନ୍ଧକ ହଟାଇବାକୁ ରେଲଓ୍ବେ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୁବିଧା ତୁରନ୍ତ ଲାଗୁ କରିବା ପାଇଁ ରେଲୱେ ବୋର୍ଡ ସମସ୍ତ ରେଲୱେ ଜୋନର ଜେନେରାଲ ମ୍ୟାନେଜରଙ୍କୁ ଆଦେଶ ଦେଇଛନ୍ତି।

Share