Categories: ଜାତୀୟ

ଆଇସିୟୁରେ ରାମ ବିଳାସ ପାସଓ୍ବାନ: ଆସନ ଭାଗଭଣ୍ଟା ବୈଠକରେ ଯୋଗ ଦେବେନି ଚିରାଗ

ନୂଆଦିଲ୍ଲୀ, ୨୦।୯: କେନ୍ଦ୍ରୀୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ତେଣୁ ବିହାର ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ଆସନ ଭାଗଭଣ୍ଟା ବୈଠକରେ ତାଙ୍କ ପୁଅ ଲୋକ ଜନ ଶକ୍ତି ପାର୍ଟିର ଚିରାଗ ପାସଓ୍ବାନ ଯୋଗଦେବେ ନାହିଁ। ଏନେଇ ଚିରାଗ ଏକ ଭାବୁକ ଚିଠି ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ସେ କହିଛନ୍ତି ଯେ, ପିତା ଆଇସିୟୁରେ ଥିବାରୁ ତାଙ୍କର ଅଧିକାଂଶ ସମୟରେ ହସ୍ପିଟାଲରେ ବିତୁଛି। ଏବେ ସେ ବିହାର ଆସି ପାରିବେ ନାହିଁ। ପିତା ସୁସ୍ଥ ହେବା ପରେ ସେ ବିହାର ଆସିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୪ଠାରୁ ରାମ ବିଳାସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ରୁଟିନ୍‌ ଚେକ୍‌ ଅପ୍‌ ପାଇଁ ହସ୍ପିଟାଲକୁ ଆସିଥିଲେ। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଫଳରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ଏନ୍‌ଡିଏ ଏବଂ ଲୋକ ଜନ ଶକ୍ତି ପାର୍ଟି ମଧ୍ୟରେ କୌଣସି ବୁଝାମଣା ହୋଇ ନାହିଁ।

Share