କାଠମାଣ୍ଡୁ,୧୩।୩: ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ନେପାଳର ପ୍ରଧାନ ବିଚାରପତି ହରି କ୍ରିଷ୍ଣା କାରକି ପୌଡେଲଙ୍କୁ ସତ୍ୟ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନା ମୁତାବକ, ଗୁରୁବାର ରାମଚନ୍ଦ୍ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ପୌଡେଲଙ୍କୁ ୩୩,୮୦୨ ଇଲେକ୍ଟୋରାଲ ଭୋଟ୍ ମିଳିଥିଲା।