ସ୍ତ୍ରୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ରାମ ଚରଣ

‘ଆରଆରଆର’ ଫେମ୍‌ ରାମ ଚରଣ ସ୍ତ୍ରୀ ଉପାସାନା କୋନିଦେଲାଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇଛନ୍ତି। ଏହି ବିଶେଷ ଦିନରେ ରାମ ଚରଣ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ସ୍ତ୍ରୀଙ୍କ ସହିତ ତାଙ୍କ ଝିଅ ଜନ୍ମର ଝଲକ ମଧ୍ୟ ଦେଖାଇଛନ୍ତି।
ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଶେୟାର କରି ସେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ପ୍ରିୟ ଅପ୍ସୀ ଏବଂ ଗୋଟିଏ ମାସ ଜନ୍ମଦିନର ଶୁଭେଚ୍ଛା ପ୍ରିୟ କାରା। କାରା ତୁମେ ଆମ ସମସ୍ତଙ୍କ ପାଇଁ ଶ୍ରେଷ୍ଠ ଉପହାର। ୧୧ ବର୍ଷ ବିତିଗଲାଣି, କିନ୍ତୁ ମୁଁ ଭାବୁଛି ସବୁକିଛି ନିଜ ସ୍ଥାନ ନେଇଛି ଏବଂ ଏହି ଶିଶୁଟିକୁ ବର୍ତ୍ତମାନ ନିଜ ସମୟ ମିଳିଛି। ଶେୟାର ହୋଇଥିବା ଭିଡିଓଟି ଉପାସନାକୁ ଡାକ୍ତରଖାନାକୁ ଡେଲିଭରି ପାଇଁ ନେବାଠାରୁ ଆରମ୍ଭ କରି ରାମ ଚରଣ ତାଙ୍କ ବିବାହର କିଛି ମୁହୂର୍ତ୍ତ ଯୋଡିଛନ୍ତି।
ରାମ ଚରଣ ଏବଂ ଉପାସାନା୧୪ ଜୁନ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୧ ବର୍ଷର ବିବାହ ପରେ, ଦୁହେଁ ୨୦ ଜୁନ ୨୦୨୩ରେ ସେମାନଙ୍କର ପ୍ରଥମ ଶିଶୁକୁ ସ୍ବାଗତ କରିଥିଲେ।

 

Share