୩ ମାସ ପାଇଁ କାମରୁ ବ୍ରେକ୍‌ ନେବେ ସୁପରଷ୍ଟାର ରାମଚରଣ

ମୁମ୍ବାଇ: ସାଉଥ ସିନେମାର ସୁପରଷ୍ଟାର ରାମଚରଣଙ୍କ ଘରକୁ ଖୁବ୍‌ଶୀଘ୍ର କୁନି ଅତିଥି ଆସିବାକୁ ଯାଉଛି। ବର୍ତ୍ତମାନ ଅଭିନେତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି। ଏବେ ଖବର ଆସୁଛି ଯେ ରାମଚରଣ କିଛି ମାସ ପାଇଁ ତାଙ୍କ କାମରୁ ବିରତି ନେବାକୁ ଯୋଜନା କରୁଛନ୍ତି ଏବଂ ସେ ତାଙ୍କ ସ୍ତ୍ରୀ ଉପସାନାଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି।

ସ୍‌ଏକ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ସ୍ତ୍ରୀ ଉପସନାଙ୍କ ଡେଲିବରୀ ତାରିଖ ମେ’ ମାସରେ ଥିବା ବେଳେ ତାଙ୍କ ସହ ସମୟ ବିତାଇବାକୁ ରାମ ଚରଣ କିଛି ମାସ ଛୁଟି ନେବାକୁ ଯୋଜନା କରୁଛନ୍ତି। ବିବାହର ୧୦ ବର୍ଷ ପରେ ରାମଚରଣ-ଉପାସନା ମା’ବାପା ହେବାକୁ ଯାଉଛନ୍ତି। ପ୍ରଥମ ସନ୍ତାନଙ୍କୁ ସ୍ବାଗତ କରିବାକୁ ଦୁହେଁ ବେଶ୍‌ ଉତ୍ସାହିତ ଥିବା ଜଣାପଡିଛି। ନିକଟରେ ରାମଚରଣ-ଉପାସନା ଛୁଟି କଟାଇବା ପାଇଁ ମାଳଦ୍ୱୀପ ଯାଇଥିଲେ।

Share