Categories: ବାଣିଜ୍ୟ

ରାମ ଚରଣ ମାନ୍ୟବରର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨।୧୧: ଭାରତର ଅଗ୍ରଣୀ ପୁରୁଷ ଫ୍ୟାଶନ ତଥା ସେଲିବ୍ରେଶନ ଡ୍ରେସ୍‌ ବ୍ରାଣ୍ଡ ୍‌ ମାନ୍ୟବର ଗ୍ଲୋବାଲ ଷ୍ଟାର ରାମ ଚରଣଙ୍କୁ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବା ଘୋଷଣା କରିଛି। ବିଶେଷକରି ଚଳିତ ବିବାହ ଋତୁ ପାଇଁ ବ୍ରାଣ୍ଡ୍‌ର ନୂତନ ଅଭିଯାନ ‘ତୟାର ହୋ କର ଆୟେ’ ସହିତ ମାନ୍ୟବର ଉତ୍ସବ ପାଳନ କରୁଛି। ଏପରିକି ରାମ ଚରଣ ସର୍ବଭାରତୀୟସ୍ତରରେ ଆଧୁନିକ ମଣିଷର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ ଭାବେ ସମସାମୟିକ ଭାରତର ଆଭିମୁଖ୍ୟକୁ ପ୍ରତିପାଦନ କରୁଛନ୍ତି।

ଅପରପକ୍ଷରେ ରାମ ଚରଣଙ୍କର ମୂଲ୍ୟବୋଧ ମାନ୍ୟବରର ଦର୍ଶନ ସହିତ ନିରବଚ୍ଛିନ୍ନ ଭାବେ ପୁନଃ ପ୍ରତିଫଳିତ ହେଉଛି ବୋଲି ବ୍ରାଣ୍ଡ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବେଦାନ୍ତ ଫ୍ୟାଶନ ଲିମିଟେଡ୍‌ର ମୁଖ୍ୟ ରାଜସ୍ବ ଅଧିକାରୀ ବେଦାନ୍ତ ମୋଦି କହିଛନ୍ତି, ରାମ ଚରଣଙ୍କୁ ମାନ୍ୟବର ପରିବାର ସ୍ବାଗତ କରୁଛି ଓ ଆମ ପାଇଁ ଏହା ଏକ ଗୌରବର ବିଷୟ ହୋଇଥିବାବେଳେ ତାଙ୍କ ସହ ଦର୍ଶକଙ୍କର ଏକ ଅବସ୍ମରଣୀୟ ସମ୍ପର୍କ ରହିବ। ସେହିଭଳି ରାମ ଚରଣ କହିଛନ୍ତି, ମୁଁ ମାନ୍ୟବର ସହ ଜଡ଼ିତ ହୋଇ ବହୁ ଆନନ୍ଦିତ। ଏହି ବ୍ରାଣ୍ଡ୍‌ ଆଜି ଭାରତର ପୁରୁଷଙ୍କ ପାଇଁ ଉତ୍ସବର ଫ୍ୟାଶନକୁ ଅଧିକ ଜୀବନ୍ତ କରିଛି। ଅଭିନବତା, ପରମ୍ପରା ଓ ପାରିବାରିକ ମୂଲ୍ୟବୋଧ ପ୍ରତି ମାନ୍ୟବର ସର୍ବଦା ଯତ୍ନବାନ ରହିଆସିଛି। ଏହା ସହ ସହଭାଗିତା ମୋ ପାଇଁ ସ୍ବତନ୍ତ୍ର। ବିଶେଷକରି ବିବାହ ଓ ଉତ୍ସବ ପାଳନ ଲାଗି ମାନ୍ୟବର ଷ୍ଟାଇଲ ସମସ୍ତଙ୍କ ପାଇଁ ଗୌରବର ବିଷୟ ହେବ ବୋଲି ମୁଁ ଆଶା କରୁଛି। ଏହି ଅଭିଯାନକୁ ଶ୍ରେୟାଂଶ ଇନୋଭେସନ ଦ୍ୱାରା ପରିକଳ୍ପିତ ଓ କାର୍ଯ୍ୟକାରୀ କରାଯାଉଛି। ପ୍ରତିଷ୍ଠାତା ଶ୍ରେୟାଂଶ ବୈଦ ପିତା ପୁତ୍ରଙ୍କ ସମ୍ପର୍କକୁ ଆଲୋକିତ କରି ତୟାର ହୋକର ଆୟେ ବାର୍ତ୍ତାକୁ ଅଧିକ ଜୀବନ୍ତ କରିଛନ୍ତି। ଦର୍ଶକଙ୍କ ପାଇଁ ଏହାକୁ ପହଞ୍ଚାଇ ଆମେ ବହୁତ ଖୁସି ଅନୁଭବ କରୁଛୁ।

Share