ରାମ ଚରଣଙ୍କ ଝିଅ ପାଳିଲେ ପ୍ରଥମ ବରଲକ୍ଷ୍ମୀ ବ୍ରତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରାମଚରଣ ଓ ତାଙ୍କ ପତ୍ନୀ ଉପାସନା କାମିନେନି ଏବେ ପ୍ୟାରେଣ୍ଟହୁଡ ଏନଜୟ କରୁଛନ୍ତି। ଚଳିତ ବର୍ଷ ଜୁନରେ ତାଙ୍କ ଘରକୁ ଆସିଛି ଏକ ନହ୍ନି ପରି। ଏହି କନ୍ୟା ସନ୍ତାନର ନାମ ରଖିଛନ୍ତି କ୍ଲିନ କାରା କୋନିଡେଲା। ନିକଟରେ ଉପାସନା ତାଙ୍କ ଝିଅ ସହ ପ୍ରଥମ ବରଲକ୍ଷ୍ମୀ ବ୍ରତ ପାଳନ କରିଛନ୍ତି, ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଶୁକ୍ରବାର ଉପସାନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଝିଅ ସହିତ ଏକ ସୁନ୍ଦର ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ଝିଅ କ୍ଲିନ କାରାଙ୍କୁ କୋଳରେ ଧରି ପୂଜାରେ ବସିଥିବାର ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ଉପସାନା ଏକ ମେର୍ୟୁନ ଲାଲ ରଙ୍ଗର ସାଲୱାର ସୁଟ ପିନ୍ଧିଥିବାବେଳେ ତାଙ୍କର ୨ ମାସର ଝିଅ ଧଳା ରଙ୍ଗର ଲେହେଙ୍ଗା-ଚୋଲିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ତେବେ ଏହି ଫଟୋରେ ଉପସାନା ତାଙ୍କ ଝିଅର ମୁହଁ ଲୁଚାଇ ରଖିଛନ୍ତି।

Share