ମୁମ୍ବାଇ: ଆରଆରଆର ଷ୍ଟାର ରାମ ଚରଣଙ୍କୁ ମୁମ୍ବାଇର ଏୟାରପୋର୍ଟରେ ସ୍ପଟ କରାଯାଇଛି। ଏୟାପୋର୍ଟରେ ରାମ କଳା ରଙ୍ଗର ଡ୍ରେସ ପିନ୍ଧିବା ସହ ଖାଲି ପାଦରେ ନଜର ଆସିଥିଲେ। ସେହିପରି ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରୁ ରାମଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୧ ଦିନର ଅୟପ୍ପା ଦୀକ୍ଷା ପୂରଣ କରି ରାମ ସିଦ୍ଧି ବିନାୟକ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିଲେ। ବର୍ତ୍ତମାନ ରାମ ଚରଣ ନିର୍ଦ୍ଦେଶକ ଶଙ୍କରଙ୍କ ଫିଲ୍ମ ଗେମ୍ ଚେଞ୍ଜର ଶୁଟିଂରେ ବ୍ୟସ୍ତ ଅଛନ୍ତି।