ବିମାନବନ୍ଦରରେ ରାମଚରଣଙ୍କ ଦେଖି ଘେରିଗଲେ ପ୍ରଶଂସକ,‘ଆର୍‌ଆର୍‌ଆର୍‌’ ପତାକା ଦେଖାଇ କଲେ ସ୍ବାଗତ

ମୁମ୍ବାଇ: ଓସ୍କାର ଆଓ୍ବାର୍ଡରେ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତର ବଡ଼ ବିଜୟ ପରେ ଅଭିନେତା ରାମଚରଣ ନିଜ ଦେଶକୁ ଫେରିଛନ୍ତି। ସେ ତାଙ୍କ ସ୍ତ୍ରୀ ଉପାସନାଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ନଜର ଆସିଥିଲେ। ତେବେ ସେଠାରେ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ଘେରିଯାଇଥିଲେ। ଏପରିକି ତାଙ୍କ ସହ ସେଲଫି ନେବା ପାଇଁ ପ୍ରଶଂସକଙ୍କ ଭିଡ ଜମିଥିଲା। ଏହା ବ୍ୟତୀତ ଅନେକ ପ୍ରଶଂସକ ବିମାନବନ୍ଦରରେ ରାମ ଚରଣଙ୍କୁ ‘ଆର୍‌ଆର୍‌ଆର୍‌’ର ପତାକା ସହିତ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ବାହାରିବା ପରେ ଅଭିନେତା କାର୍‌ର ରୁଫ୍‌ ଟପ୍‌କୁ ଆସି ତାଙ୍କ ପ୍ରଶଂସକ ପାଇଁ ହାତ ହଲାଇଥିଲେ। ‘ଆର୍‌ଆର୍‌ଆର୍‌’ର ସଫଳତା ପରେ ରାମଚରଣ ଏକ ପାନ ଇଣ୍ଡିଆ ତାରକା ହୋଇପାରିଛନ୍ତି। ଏଥିସହ ତାଙ୍କ ଫ୍ୟାନ ଫଲୋଇଙ୍ଗ୍‌ରେ ମଧ୍ୟ ବୃଦ୍ଧି ଘଟିଛି।

Share