ଆଜି ଝିଅର ନାମକରଣ କରିବେ ରାମଚରଣ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ରାମ ଚରଣଙ୍କ ସ୍ତ୍ରୀ ଉପାସନା କୋନିଡେଲା ଜୁନ ୨୦ରେ ହାଇଦ୍ରାବାଦରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ବିବାହର ପ୍ରାୟ ୧୧ବର୍ଷ ପରେ, ଏହି ସୁଖ ଉଭୟଙ୍କ ଘରକୁ ଆସିଛି। ଏହା ହେଉଛି ଦମ୍ପତିଙ୍କର ପ୍ରଥମ ସନ୍ତାନ। ରାମଚରଣ ଏବଂ ଉପାସନାଙ୍କ ଝିଅର ନାମକରଣ ସମାରୋହ ଶୁକ୍ରବାର ହେବ। ଏନେଇ ଉପାସନା ସୋସିଆଲ ମିଡିଆରେ ଏହି ସମାରୋହର କିଛି ଝଲକ ଶେୟାର କରିଛନ୍ତି। ଉପାସନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ କିଛି ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ନାମକରଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଭିଡିଓ ସହିତ, ସେ ଲେଖିଛନ୍ତିଆମର ପ୍ରିୟ ଝିଇର ନାମକରଣ ସମାରୋହ।

 

Share