ଝିଅକୁ କୋଳରେ ଧରି ପତ୍ନୀ ଉପାସନାଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଲେ ରାମ ଚରଣ

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ରାମ ଚରଣ ଏବେ ଚର୍ଚ୍ଚାରେ। ତେବେ ସେ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ପର୍ସନାଲ ଲାଇଫକୁ ନେଇ। ବିବାହର ଦୀର୍ଘ ୧୧ ବର୍ଷ ପରେ ରାମ ଚରଣ ଓ ପତ୍ନୀ ଉପାସନାଙ୍କ କୋଳ ମଣ୍ଡନ କରିଛି ଏକ କନ୍ୟା ସନ୍ତାନ। ଜୁନ ୨୦ରେ ଏହି ଦମ୍ପତ୍ତି ତାଙ୍କ ପ୍ରଥମ ସନ୍ତାନକୁ ଓ୍ବେଲକମ କରିଛନ୍ତି।ଜୁନ ୧୯ରେ ଉପାସନାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେହିଦିନ ବିଳମ୍ବିତ ରାତିରେ ଅର୍ଥାତ୍‌ ଜୁନ ୨୦ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ ୪ ଦିନ ପରେ ନ୍ୟୁ ମମ ଓ ତାଙ୍କ କନ୍ୟାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିବା ବେଳେ ରାମ ଚରଣଙ୍କ ସହ ତାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି।
ଫଟୋରେ ଦେଖିବାକୁ ମିଳିଛି ରାମ ଚରଣ ଓ ଉପାସନା ହସ୍ପିଟାଲ ବାହାରକୁ ଆସୁଥିବା ବେଳେ ନିଜ କନ୍ୟାକୁ ଅତି ଯତ୍ନରେ କୋଳରେ ଧରିଛନ୍ତି ସାଉଥ ଷ୍ଟାର ରାମ ଚରଣ। ଚିରଞ୍ଜିବଙ୍କ ଘରକୁ ଏତେ ବର୍ଷ ପରେ ଏକ କନ୍ୟା ସନ୍ତାନ ଆସିଥିବାରୁ ଏହାର ଖୁସି ପରିବାର ସଦସ୍ୟଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା। ରାମ ଚରଣ ଓ ଉପାସନାଙ୍କ ସହ ମାଆ ସୁରେଖା ବି ନଜର ଆସିଥିଲେ।
ଏହି ସମୟରେ ରାମ ଚରଣ ମିଡଆକୁ ଝିଅ ଓ ପତ୍ନୀଙ୍କ ହେଲ୍ଥ ଅପଡେଟ ବି ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ରାମ ଚରଣଙ୍କ ନ୍ୟୁ ବର୍ନ ବେବିର ଓ୍ବେଲକମ ଖାସ ଅନ୍ଦାଜରେ କରାଯିବ। ତେବେ ଝିଅର ଓ୍ବେଲକମ ପାଇଁ ଶନିବାରଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମାତା-ପିତା ସର୍ବ ପ୍ରଥମେ ଝିଅ ପାଇଁ ଏକ ହ୍ୟାଣ୍ଡମେଡ ପାଲନା ବା ଦୋଳି କିଣି ନେଇଛନ୍ତି। ଏହାକୁ ହ୍ୟୁମାନ ଟ୍ରାପିକିଂରେ ସର୍ଭାଇଭ କରିଥିବା ଲୋକେ ତିଆରି କରିଛନ୍ତି। ଆର ଆର ଆର ସିଙ୍ଗର କାଲା ଭୈରବ ବି ରାମ ଚରଣଙ୍କ କନ୍ୟାରତ୍ନ ପାଇଁ ଏକ ସ୍ପେଶାଲ ଓ ମିନିଂଫୁଲ ଥିମ କ୍ରିଏଟ କରିଛନ୍ତି।

Share