ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ସାଉଥ୍‌ ସୁପରଷ୍ଟାର, ବେବି ବମ୍ପ ଫଟୋ ଶେୟାର କଲେ ପତ୍ନୀ

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସେ ଏବଂ ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି ବମ୍ପ ଦେଖାଇ ଫଟୋ ଶେୟାର କରିଛନ୍ତି। ତାଙ୍କ ମୁହଁରୁ ମା’ ହେବାର ଖୁସି ସହ ଗ୍ଲୋ ସ୍ପଷ୍ଟ ବାରି ହେଉଛି। ଫଟୋ ଶେୟାର କରି ଉପାସନା ଲେଖିଛନ୍ତି, ମୋ ପାଇଁ ଏହି ମକର ସଂକ୍ରାନ୍ତି ମାତୃତ୍ୱକୁ ଉତ୍ସବ ଭାବେ ପାଳିବା ଏବଂ ଆମ ପାଇଁ ଏକ ନୂଆ ଆରମ୍ଭ ନେଇ ଆସିଛି।

Share