ମା’ ହେବାକୁ ଚାହୁଁନାହାନ୍ତି ରାମ ଚରଣଙ୍କ ସ୍ତ୍ରୀ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ବିତିଲାଣି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଆର୍‌ଆର୍‌ଆର୍‌ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ପୂର୍ବରୁ ଏନେଇ ଅନେକ ଥର ପଚରାଯାଇଥିଲେ ହେଁ ସେ ଚୁପ୍‌ ରହିଥିଲେ। ହେଲେ ନିକଟରେ ଏକ ସାକ୍ଷାତକାରରେ ଉପାସନା ନିଜ ନିଷ୍ପତ୍ତି ପଛରେ କାରଣ ବିଷୟରେ କହିଛନ୍ତି।

୧୭ତମ ଏଟିଏ ସମ୍ମିଳନୀରେ ଉପାସନା ଭାଗ ନେଇଥିଲେ। ଏହି ସମୟରେ ସେ ସଦ୍‌ଗୁରୁ ଜଗ୍ଗି ବାସୁଦେବଙ୍କ ସମ୍ମୁଖରେ ସନ୍ତାନ ଜନ୍ମ କରିବାକୁ ଚାହୁଁ ନ ଥିବା ନେଇ ଖୋଲାଖୋଲି ଭାବେ କହିଛନ୍ତି। ସେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ସନ୍ତାନ ଚାହୁଁନାହାନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ସଦ୍‌ଗୁରୁ ପ୍ରଶଂସା କରିଥିବା ଦେଖାଯାଇଛି।

ତେବେ ଉପାସନା ଜଣେ ସଫଳ ମହିଳା ବ୍ୟବସାୟୀ। ସେ ଆପୋଲୋ ଚାରିଟି ଏବଂ ବି ପଜିଟିଭ୍‌ ମାଗାଜିନ୍‌ର ଭାଇସ୍‌ ପ୍ରେସିଡେଣ୍ଟ। ରାମ ଚରଣ ତାଙ୍କର ସ୍କୁଲ ବେଳର ବନ୍ଧୁ। ଏକାଠି ନବମ ଯାଏ ପଢ଼ିଛନ୍ତି ସେ। ପିଲାଦିନର ଏହି ବନ୍ଧୁତା ପରେ ଜନ୍ମ ଜନ୍ମର ସମ୍ପର୍କରେ ପରିଣତ ହୋଇଥିଲା।

Share