ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଅଭିନେତା

ଆର୍‌ଆର୍‌ଆର୍‌ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ନିକଟରେ ରାମଚରଣ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ପୂର୍ବରୁ ହିଁ ମୋର ଏକ ପୋଷା କୁକୁରକୁ ହରାଇ ସାରିଛି। ସେ ଯିବା ପରେ ମୁଁ ବହୁତ ଦୁଃଖୀ ହୋଇଯାଇଛି। ଏଣୁ ମୋ ସ୍ତ୍ରୀ ଉପାସନା ମୋତେ ଏକ କୁକୁର ଉପହାର ଦେଇଥିଲେ। ମୁଁ ତା’ ନାଁ ପୁଣି ଥରେ ବ୍ରାଟ ରଖିଛି। ଏବେ ବ୍ରାଟ୍‌ ମଧ୍ୟ ଗୋଡ଼ ଭାଙ୍ଗିଯାଇଛି। ଏଥିପାଇଁ ମୁଁ ତା’ ପାଇଁ ମାନସିକ ରଖିଛି, ଯେ ପର୍ଯ୍ୟନ୍ତ ସେ ସୁସ୍ଥ ହୋଇ ନାହିଁ, ସେବେ ଯାଏ ମୁଁ ଆମିଷ ଖାଇବି ନାହିଁ ବୋଲି ସେ କହିଛନ୍ତି।

Share