‘ଗେମ ଚେଞ୍ଜର’ରେ ରାମ ଚରଣଙ୍କ ଧମାକେଦାର ଏଣ୍ଟ୍ରି, ୧୦୦୦ ଡ୍ୟାନ୍ସରଙ୍କ ସହ…

ଚେନ୍ନାଇ: ଆଗାମୀ ଫିଲ୍ମ ‘ଗେମ ଚେଞ୍ଜର’ରେ ସାଉଥ ସୁପରଷ୍ଟାର୍‌ ରାମ ଚରଣଙ୍କ ଏଣ୍ଟ୍ରି ଏକ ଭିନ୍ନ ଢଙ୍ଗରେ ପ୍ରଦର୍ଶିତ ହେବ। ଏହି ମୁଭିରେ ତାଙ୍କର ଏଣ୍ଟ୍ରି ରା ମାଚା ଗୀତ ସହିତ ହେବ। ଏଥିରେ ୧୦୦୦ ଡା୍ୟାନ୍ସର ନଜର ଆସିବେ। କୁହାଯାଉଛି ଯେ ଏହି ଗୀତରେ ଭାରତର ବିଭିନ୍ନ ‘ଲୋକ ନୃତ୍ୟ’କୁ ଅନ୍ତର୍ଭୁକ୍ତ କରାଯାଇଛି।
ପ୍ରକୃତରେ, ରା ମାଚା ମାଚା ଗୀତ ଗଣେଶ ଆଚାର୍ଯ୍ୟଙ୍କ ଦ୍ୱାରା କୋରିଓଗ୍ରାଫ କରାଯାଇଛି। ଏହି ଗୀତ କେବଳ ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିବ ନାହିଁ। ଏଥିସହ ନୃତ୍ୟଶିଳ୍ପୀମାନେ ଭାରତର ବିଭିନ୍ନ ‘ଲୋକ ନୃତ୍ୟ’ରେ ନାଚୁଥିବାର ନଜର ଆସିବେ।
ଏହି ଗୀତରେ ଆଦିଲାବାଦର ଗୁସାଡି ନୃତ୍ୟ, ପଶ୍ଚିମବଙ୍ଗର ଚାଉ ନୃତ୍ୟ, ଓଡ଼ିଶାର ଗୁମରା ନୃତ୍ୟ, କର୍ନାଟକର କୁନିଥା ନୃତ୍ୟ ଏବଂ ଅନ୍ୟାନ୍ୟ ବହୁ ଲୋକ ନୃତ୍ୟକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯିବ। ଏହି ଗୀତକୁ ନକାଶ ଅଜିଜ ଗାଇଛନ୍ତି। ସେ ଏହି ଟ୍ରାକ ତେଲୁଗୁ, ତାମିଲ ଏବଂ ହିନ୍ଦୀରେ ଗାଇଥିବାବେଳେ ଏହାର ଗୀତ ଅନନ୍ତ ଶ୍ରୀରାମ ଲେଖିଛନ୍ତି।
ଏହି ଗୀତକୁ ନେଇ ନିର୍ଦ୍ଦେଶକ କହିଛନ୍ତି ଯେ ଅଭିନେତା ରାମ ଚରଣ ଗୋଟିଏ ସଟରେ ସମ୍ପୂର୍ଣ୍ଣ କ୍ରମ ଶେଷ କରିଛନ୍ତି। ଏହି ଗୀତଟି ଅତି ସୁନ୍ଦର ଭାବରେ ରଚନା କରାଯାଇଛି, ଏଥିରେ ଅନେକ ରାଜ୍ୟ ଏବଂ ସଂସ୍କୃତିର ମିଶ୍ରଣ ମଧ୍ୟ ଦେଖାଯିବ। ଏହି ଗୀତ ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଉପହାରଠାରୁ କମ ହେବ ନାହିଁ।
ଥମନ ଏସ କୁହନ୍ତି, ଏମିତି ପୂର୍ବରୁ କେବେ ଦେଖାଯାଇ ନଥିଲା, ଆମର ଧାରଣା ଥିଲା ସବୁକିଛି ରେକର୍ଡ କରିବା ଏବଂ ସମସ୍ତ ସଂସ୍କୃତି ଆଣିବା ଏବଂ ପରେ ଏହାକୁ ସାମ୍ପ୍ରତିକ ସମୟର ସର୍ବୋତ୍ତମ ଗୀତରେ ପରିଣତ କରିବା। ଏହା ହାସଲ କରିବାର ଉପାୟ ହେଉଛି ୧୦୦୦ ନୃତ୍ୟଶିଳ୍ପୀଙ୍କ ସହ କାମ କରିବା ଏବଂ ସେମାନଙ୍କୁ ରାମ ଚରଣଙ୍କ ସହିତ ଏକ ପ୍ଲାଟଫର୍ମ ଦେବା।
‘ଗେମ ଚେଞ୍ଜର’ର ନିର୍ଦ୍ଦେଶନା ଦେଇଛନ୍ତି ଏସ ଶଙ୍କର। ଏହି ମୁଭିର ବଜେଟ ହେଉଛି ୨୪୦କୋଟି ଟଙ୍କା। ଏହି ମୁଭିରେ ରାମ ଚରଣ ଏକ ଟ୍ରିପଲ ରୋଲରେ ନଜର ଆସିବେ। ଏହି ମୁଭିଟି ପ୍ରଡକ୍ସନ ଏକ୍ସିଲେନ୍ସ ବ୍ୟାନରରେ ପ୍ରସ୍ତୁତ କରାଯାଇଛି।

Share