ରାମ ଚରଣଙ୍କ ପ୍ରଥମ ଶିଶୁ ବିଦେଶରେ ନୁହେଁ, ଭାରତରେ ହେବ ଜନ୍ମ

ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ସ୍ତ୍ରୀ ଉପସାନା କାମିନେନି କୋନିଡେଲା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ଦମ୍ପତି ଆଜିକାଲି ଆମେରିକାରେ ଅଛନ୍ତି। ଏବେ ଦୁହେଁ ସେଠାରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଦମ୍ପତି। ଉପାସନା ଟୁଇଟ୍‌ରରେ ସ୍ପଷ୍ଟ କରିଛନ୍ତି, ଆପୋଲୋ ହସ୍ପିଟାଲରେ ବିଶ୍ୱ ସ୍ତରୀୟ ମେଡିକାଲ ସିଷ୍ଟମ ରହିଛି। ମୋ ଦେଶ ଭାରତରେ ପ୍ରଥମ ସନ୍ତାନ ଜନ୍ମ କରିବାକୁ ମୁଁ ବହୁତ ଉତ୍ସାହିତ ଅଛି। ଏହି ଯାତ୍ରା ଆମ ପାଇଁ ବହୁତ ବଡ଼ ଅନୁଭୂତି ଆଣିଛି। ଆମେ ଆମ ଜୀବନରେ ଏହି ନୂତନ ପର୍ଯ୍ୟାୟକୁ ବହୁତ ଆଶା ସହିତ ଅପେକ୍ଷା କରିଛୁ।
ଡିସେମ୍ବର ୨୦୨୨ରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ଗର୍ଭଧାରଣ ଘୋଷଣା କରିଥିଲେ। ଉପାସନା ଆପୋଲୋ ହସ୍ପିଟାଲରେ ସିଏସଆରର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି।

Share