ରଣବୀରଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ପସନ୍ଦ କରିଛନ୍ତି ରାମ ଗୋପାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କର ନ୍ୟୁଡ୍‌ ଫଟୋ ଶେୟାର ହେବା ପରେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କୁ ସମାଲୋଚନା କରାଯାଉଥିବା ବେଳେ କିଛି ମଧ୍ୟ ସମଥର୍ନ କରିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡ୍‌ର ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ତାଙ୍କୁ ରଣବୀରଙ୍କ ଏହି ଫଟୋ ପସନ୍ଦ ଆସିଛି। ଏହା ସହ ରଣବୀରଙ୍କ ନ୍ୟୁଡ୍‌ ଫଟୋକୁ ନେଇ ଲିଙ୍ଗଗତ ସମାନତା ସହ ଯୋଡିଛନ୍ତି। ସେ କହିଛନ୍ତି, ଯଦି ମହିଳାମାନେ ଏଭଳି ଫଟୋଶୁଟ୍‌ କରିପାରିବେ ପୁରୁଷମାନେ କାହିଁକି ନୁହେଁ। ରଣବୀରଙ୍କ ନ୍ୟୁଡ ଫଟୋ ଲିଙ୍ଗଗତ ସମାନତାର ବଡ଼ ଉଦାହରଣ ବୋଲି ରାମ ଗୋପାଲ କହିଛନ୍ତି। କେବଳ ସେତିକି ନୁହେଁ ରଣବୀରଙ୍କ ଫଟୋ ତାଙ୍କୁ ବେଶ୍‌ ପସନ୍ଦ ଆସିଥିବା ମଧ୍ୟ ସେ କହିଛନ୍ତି।

 

Share